ଜଗନ୍ନାଥ ମନ୍ଦିରରେ ଗୀତା ପାଠୋତ୍ସବ

ଯାଜପୁର – ପବିତ୍ର ମାଘସପ୍ତମୀ ଅବସରରେ ଯାଜପୁର ଦଶାଶ୍ୱମେଧ ଘାଟ ନିକଟସ୍ଥ ଶ୍ରୀ ଜଗନ୍‌ନାଥ ମନ୍ଦିରରେ ଗୀତାଜାଗରଣ ପରିଷଦ ଆନୁକୂଲ୍ୟରେ ଗୀତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ସଭାପତି ଆଇନଜିବୀ ପ୍ରତିମା କର ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ । ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି ଗୀତା ପାଠୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସକାଳୁ ସକାଳୁ ମନ୍ଦିର ପୂଜକ ଶ୍ରୀ ବାସୁଦେବ ପାଣି ପ୍ରାତଃ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଆଳତି ନୈବିଦ୍ୟ, ବଡ଼ସିଂହାର ବେଶ ଓ ମଧ୍ୟହ୍ନରେ ମହାପ୍ରସାଦ ନୈବିଦ୍ୟ କରାଇଥିଲେ । ବନବୀହାରି ମହାପାତ୍ର ଗୀତାର ମହତ୍ୱ ଉପରେ ଆଲୋଚନା କରିଥିବା ବେଳେ ବରିଷ୍ଠ ଉପଦେଷ୍ଠା ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଗଦାଧର ରାଉତ, ବୃନ୍ଦାବନ ମିଶ୍ର, ଦେବେନ୍ଦ୍ର ସାହୁ, ମଧୁସୂଦନ ମହାନ୍ତି, ହୃଷିକେଶ ପତି, କୃଷ୍ଣ ଚନ୍ଦ୍ର ମିଶ୍ର ଅଂଶଗ୍ରହଣ କରିଥିଲେ । ଏକ ଭକ୍ତି ଭାବ ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ କରିଥିଲେ । ଆଶାଲତା ନନ୍ଦ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ