ଆର୍ନ୍ତଜାତୀୟ ପ୍ରଦୀପ ସ୍ମାରକୀ ଟିଲୋ କପ୍-ଉତ୍କଳ ୟୁନିଭରସିଟି ସେମିରେ, ଏସ୍.ସି.ଆର.ବିଜୟୱାଡା ବିଜୟୀ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ଶୁକ୍ରବାର ଠାରୁ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନି ଷ୍ଟାଡିୟମରେ ଟିଲୋ ଆଥ୍ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଆର୍ନ୍ତଜାତୀୟ ୨୭ତମ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍ର ରବିବାର ୩ୟ ଦିନର ପ୍ରଥମ ମ୍ୟାଚ୍ ଉତ୍କଳ ୟୁନିଭରସିଟି ଓ ଇସିସି ବେଙ୍ଗାଲୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉତ୍କଳ ୟୁନିଭରସିଟି ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଆଶିଷ ସାହୁ ୭୫ ଓ ନିର୍ନିମେଶ ଜେନା ୨୫ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର କ୍ରିଷ୍ଣା ପାଣ୍ଡେ ୨ ଓ ତାହା ରାମ ଗୋଟିଏ ଉଇକେଟ୍ ନେଇଥିଲେ । ଇସିସି ବେଙ୍ଗାଲୁର ୧୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୩୨ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ଆକ୍ୱିବ୍ ଜୱାବ୍ ୬୬ ଓ ଅଜିତେଶ ୩୦ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ବୋଲର ଆଶୁତୋଷ ଦାସ ୩ ଏବଂ ଦୀଲିପ ଜେନା ୨ଟି ଉଇକେଟ ନେଇଥିଲେ । ଉତ୍କଳ ୟୁନିଭରସିଟି ୨୯ ରନ୍ରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ଉତ୍କଳ ୟୁନିଭରସିଟିର ଆଶିଷ ସାହୁଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାର ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ଡ.ମନ୍ମଥ ରାଉଳ, ଚିତ୍ତ ରଞ୍ଜନ ପାତ୍ର, ପଦ୍ମନାଭ ସାମଲ ପ୍ରଦାନ କରିଥିଲେ । ସେହିପରି ୨ୟ ମ୍ୟାଚ୍ କ୍ୱାଲିଟି ଟିମ୍ ବାଙ୍ଗ୍ଲାଦେଶ ଓ ସାଉଥ୍ ସେଣ୍ଟ୍ରାଲ ରେଲୱେ, ବିଜୟୱାଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବାଙ୍ଗ୍ଲାଦେଶ ଟସ୍ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା । ସାଉଥ୍ ସେଣ୍ଟ୍ରାଲ ରେଲୱେ, ବିଜୟୱାଡା ବ୍ୟାଟିଂ ଆରମ୍ଭ କରି ୨୦ ଓଭରରେ ୭ ଉଇକେଟ୍ ହରାଇ ୧୫୯ ରନ୍ କରିଥିଲା । ଦଳ ପକ୍ଷରୁ କେ.ସାଗର ୪୧ ଓ ସି.ଏଚ୍.ଶ୍ରୀକାନ୍ତ ୩୨ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ଏମ୍.ମୋହିମ୍ ଓ ଏସ୍.ହୋସେନ୍ ୩ଟି ଲେଖାଏ ଉଇକେଟ୍ ନେଇଥିଲେ । ଜବାବରେ ବାଙ୍ଗ୍ଲାଦେଶ ୧୭.୪ ଓଭରରେ ସମସ୍ତ ଉଇକେଟ ହରାଇ ୯୧ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ଏସ୍.ଆକବର ୨୫ ଓ ଏମ୍.ଇର୍ଫାନ୍ ୧୬ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ଭେଙ୍କେଟେଶ ଯାଦବ ଓ ପି.ନିଲେଶ ୩ଟି ଲେଖାଏ ଉଇକେଟ ନେଇଥିଲେ । ଏସ୍.ସି.ଆର୍.ବିଜୟୱାଡା ୬୮ ରନ୍ରେ ବିଜୟୀ ହୋଇଥିଲା । ବିଜୟୱାଡାର ବୋଲର ଭେଙ୍କେଟେଶ ଯାଦବଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଡ.ମନ୍ମଥ କୁମାର ରାଉଳ, ଲିଙ୍ଗରାଜ ସ୍ୱାଇଁ, ସୁବାଷ ଜେନା, ହେମନ୍ତ ନାୟକ ପ୍ରଦାନ କରିଥିଲେ । ଉଭୟ ମ୍ୟାଚ୍କୁ ଅମ୍ପାୟର ତପନ ମିଶ୍ର, ସଞ୍ଜୀବ୍ ବେହେରା, ଶାନ୍ତନୁ ରାଉତ ପରିଚାଳନା କରିଥିଲୋ । ମ୍ୟାଚ୍ ରେଫରୀ ଭାବେ ସୁଧାଂଶୁ ନାୟକ, ଭାଷ୍ୟକାର ଭାବେ ସୁଧାଂଶୁ ଶେଖର ମହାନ୍ତି, ପି.ଏନ୍. ଶେଖର, ସଞ୍ଜୟ ମଜୁମଦାର, ନାରାୟଣ ସାହୁ, ସ୍କୋରର ଭାବେ ସୂଚୀବ୍ରତ ରାଉତ, ପର୍ଶୁରାମ ସାହୁ, ଅଶୋକ ନାଥ ଦାୟୀତ୍ୱ ତୁଲାଇ ଥିଲେ । ସୋମବାର ଗୋଟିଏ ମ୍ୟାଚ୍ ବାଙ୍ଗ୍ଲାଦେଶ ଓ ୟୁନିୟନ ସ୍ପୋଟିଂ,କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ଜଣାଇଛନ୍ତି ।


