ବାଲିଆ ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ କ୍ରୀକେଟ ଟୁର୍ଣ୍ଣାମେଂଟ ଉଦଯାପିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ଆଥଲେଟିକ ଆସୋସିଏସନ ପକ୍ଷରୁ ବାଲିଆ ମହିଳା କଲେଜ ପଡିଆରେ ଗଣତନ୍ତ୍ର ଦିବସରେ ଆରମ୍ଭ ହୋଇଥିବା ବି.ଏ.ସି.କ୍ରୀକେଟ ଟୁର୍ଣ୍ଣାମେଂଟ ରବିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ୮ଟି କ୍ରୀକେଟ ଟିମ ଅଂଶଗ୍ରହଣ କରିଥିବା ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡା ବାଲାବାବା କ୍ରୀକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୨୪ରନ କରିଥିବା ବେଳେ ତାହାର ଜବାବରେ ରାଜକନିକାର ପାରିନୂଆପଡା କ୍ରୀକେଟ କ୍ଲବ ୧୯ଓଭର ଗୋଟିଏ ବଲରେ ୨୨୫ରନ କରି ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିଥିଲା । ଏହି ଉପଲକ୍ଷେ ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଭାଗବତପୁର ପଂଚାୟତର ସରପଂଚ ଧରଣୀଧର ଦାସ ମୁଖ୍ୟ ଅତିଥି,ଚାନ୍ଦୋଳ କଲେଜର ପ୍ରତିଷ୍ଠାତା ତଥା ଶାନ୍ତି କମିଟି ସଭାପତି ପଂଚାନନ ଶତପଥୀ ମୁଖ୍ୟବକ୍ତା ଓ ଡା.ପୁରୁଷୋତ୍ତମ ସାହୁ,ଜମଧର ସରପଂଚଙ୍କ ପ୍ରତିନିଧି ସୁଧିର କୁମାର ଦାସ,ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ପାଗଳ,ଦୁହୁରିଆ ବଜାର କମିଟି ସଭାପତି ଅନନ୍ତ କୁମାର ସାହୁ,ବାଲିଆ ବଜାର ଶାନ୍ତି କମିଟି ସଦସ୍ୟ ଅଜୟ କୁମାର ମଲ୍ଲିକ,କ୍ରୀଡାବୀତ ନରେଶ ଚନ୍ଦ୍ର ପତି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କ୍ରୀଡା ମଣିଷକୁ ଶାରୀରିକ,ମାନସିକ ଓ ବୈାଦ୍ଧିକ ବିକାଶରେ ସହାୟତା ଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଖେଳୱାଡ ମନୋଭାବ ନେଇ ପ୍ରତିଯୋଗୀତାରେ ଅଂଶଗ୍ରହଣ କଲେ ସଫଳତା ଦିନେନାଦିନେ ନିଶ୍ଚୟ ମିଳିବ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ଚମ୍ପିୟନ ଦଳ ରାଜକନିକା ପାରିନୂଆପଡା କ୍ରୀକେଟ କ୍ଲବକୁ ଅତିଥିମାନେ ବି.ଏ.ସି. ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସଅପ ଦଳ ବାଲାବାବା କ୍ରୀକେଟ କ୍ଲବକୁ ରନର୍ସଅପ କପ ପ୍ରଦାନ କରିଥିଲେ । ଏହି କ୍ରୀକେଟ ଟୁର୍ଣ୍ଣାମେଂଟକୁ ବାପୁଜୀ ମଳ୍ଲିକ ଓ ଭୂବନ କୁମାର ମଲ୍ଲିକ ଅମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ବାଲିଆ ଆଥଲେଟିକ ଆସୋସିଏସନର ସଦସ୍ୟ ପ୍ରକାଶ ରାଉତ,ବାପୁଜି ଦାସ,ହୃଷିକେଶ ବେହେରା,ବିଶ୍ୱ ବିଜୟ ଭଦ୍ର,ସୁଶାନ୍ତ ଦାସ,ଦିଗବିଜୟ ସାମଲ,ସେକ ଫୁରକାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବାପୁନି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


