ପରୀକ୍ଷା କେନ୍ଦ୍ର ମଧ୍ୟକୁ ଜୋତା ମୋଜା ମନା

ପାଟନା- ଆସନ୍ତା ଫେବୃୟାରୀ ୩ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଥର ୧୨.୦୫ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବା ଜଣାପଡ଼ିଛି । ଏହି ପରୀକ୍ଷାରେ କୌଣସି ପ୍ରକାର ତ୍ରୁଟି ଏବଂ ଭ୍ରଷ୍ଟାଚାରକୁ ରୋକିବା ପାଇଁ ବିହାର ସ୍କୁଲ ଏକ୍ସାମିନେଶନ୍ ବୋର୍ଡ (ବିଏସ୍ଇବି) ନୂଆ ପଦକ୍ଷେପ ଗ୍ରହଣ କରିବା ସହ କିଛି ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏଥିସହ ପରୀକ୍ଷାର୍ଥିଙ୍କ କିଛି ଜିନିଷ ଉପରେ କଟକଣା ମଧ୍ୟ ଜାରି କରାଯାଇଛି । ଚଳିତ ଥର ବିହାର ପରୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ରମାନେ ଜୋତା ଓ ମୋଜା ପିନ୍ଧି ପରୀକ୍ଷା ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପରୀକ୍ଷାର୍ଥୀ ନିଜ ସାଙ୍ଗରେ କୌଣସି ପ୍ରକାରର ଇଲୋକ୍ଟ୍ରୋନିକ୍ସ ଜିନିଷ ମଧ୍ୟ ଆଣିପାରିବେ ନାହିଁ। ଏଥିସହ ଉତ୍ତର ଖାତା ଓ ଓଏମ୍ଆର ଶିଟ୍ରେ ପରୀକ୍ଷାର୍ଥୀଙ୍କ ଫଟୋ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ