ଦିବ୍ୟ ଜୀବନ ସଂଘ ରମ୍ପା ଶାଖାର ନୂତନ ସତସଙ୍ଗ ଭବନ ଉଦଘାଟନ
ଚିକିଟି,(ଯୁଗାବ୍ଦ ନ୍ୟୁଜ୍): ଚିକିଟି ବ୍ଳକ ଅନ୍ତର୍ଗତ ରମ୍ପା ଦିବ୍ୟ ଜୀବନ ସଂଘ ଶାଖା ଦ୍ୱାରା ନୂତନ ସତସଙ୍ଗ ଭବନର ପ୍ରତିଷ୍ଠା ଓ ଉଦଘାଟନୀ ହୋଇଯାଇଅଛି। ଏହି ଅବସରରେ ରବିବାର ଦିନ ଏକ ସ୍ୱତନ୍ତ୍ର ସାଧନା ଦିବସ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦିବ୍ୟଜୀବନ ସଂଘର ବହୁ ସାଧୁସନ୍ଥ ଓ ଗୁରୁ ଭାଇ ଭଉଣୀଙ୍କୁ ନେଇ ସଂଘର ବରିଷ୍ଠ ସନ୍ଥ କଥାବାଚକ ମାନସ ରତ୍ନ ସ୍ୱାମୀ ରାମଦାସାନନ୍ଦ ସରସ୍ବତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବରିଷ୍ଠ ସନ୍ୟାସୀ ସ୍ୱାମୀ ଗୋବିନ୍ଦନନ୍ଦ ସରସ୍ବତୀ , ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀ, ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ବତୀ , ସ୍ୱାମୀନୀ ବେଦତାମାନନ୍ଦ ସରସ୍ବତୀ, ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ନୂତନ ଭବନ ଉଦଘାଟନ ହୋଇଥିଲା।ପ୍ରଥମେ ବ୍ରାହ୍ମମୁହୂର୍ତ୍ତ ସାଧନା, ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତ୍ରୋତ୍ର, ଶ୍ରୀ ଗୁରୁପାଦ ପୂଜା, ଶ୍ରୀ ସୂକ୍ତମ, ଶନିଶ୍ଚର ସୂକ୍ତମ, ଗୀତା, ଭଜନ ଓ କୀର୍ତ୍ତନ ହୋଇଥିଲା।ପରେ ସମସ୍ତ ଅତିଥି ଗୁରୁଭାଇ ଓ ଭଉଣୀ ତଥା ସ୍ୱାମୀଜୀମାନଙ୍କୁ ନେଇ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା।ଚାନ୍ଦିପୁର ଦିବ୍ୟଜୀବନ ସଙ୍ଘର ନାରାୟଣ ଗୌଡ଼ଙ୍କ ଦ୍ୱାରା ମଂଚ ପରିଚାଳନା ହୋଇଥିଲା।କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା ଦିବ୍ୟଜୀବନ ସଙ୍ଘ ସମନ୍ୱୟ ସମିତି ସଭାପତି ବିପ୍ରଚରଣ ପାତ୍ର, ଉପସଭାପତି କୁଞ୍ଜ ବିହାରୀ ପାଢ଼ୀ, ସମ୍ପାଦକ ପ୍ରକାଶଚନ୍ଦ୍ର ରଥ,କେ.ଶ୍ରୀଧର ଦାସ, ଅରୁଣ ରଥ ପ୍ରମୁଖ ଯୋଗଦେଇ ଗୁରୁବାଣୀ ଉପସ୍ଥାପନ କରିଥିଲେ।ବ୍ରହ୍ମଚାରୀ ଶ୍ରୀ ଅମର ଭାଇଜୀଙ୍କ ଅଧ୍ୟକ୍ଷତାରେ ଭଜନ କାର୍ଯ୍ୟକ୍ରମ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ରମ୍ପା ଶାଖା ସଭାପତି ଶରତ ଚନ୍ଦ୍ର ମହାରଣା,ସମ୍ପାଦକ ଡ଼ି. ବାଲାୟ ରେଡ଼ି, କୋଷାଧ୍ୟକ୍ଷ କେ.ଈଶ୍ୱରମ୍ମା, ଚିକଟି ଦିବ୍ୟଜିଲ୍ଲାର ମୁଖ୍ୟ ସଂଗଠକ ଲକ୍ଷ୍ମୀ ନାରାୟଣ ସୁବୁଦ୍ଧି ତଥା ଆଖପାଖ ଅଞ୍ଚଳର ଶତାଧିକ ଭକ୍ତପିପାସୁ ସହଯୋଗ କରିଥିଲେ। ଶେଷରେ ବଡପଲଙ୍କର ଜଗନ୍ନାଥ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


