କଂଗ୍ରେସର ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ

 ଛତ୍ରପୁର,(ଓ୍ବାଇଏନଏସ):  ଆଗାମୀ ପୌର ଓ ପଂଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ଛତ୍ରପୁର କଂଗ୍ରେସ  କମିଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ସମାଜସେବୀ ଭାଗିରଥି ବେହେରା ଙ୍କ ନେତୃତ୍ୱ ରେ ସାଙ୍ଗଠନିକ ବୈଠକ ଏବଂ ବନ୍ଧୁ ମିଳିନ କାର୍ଯ୍ୟକ୍ରମ ଭାଗ୍ୟଲକ୍ଷ୍ମୀ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନିର୍ବାଚନ ମଣ୍ଡଳୀ ର ବହୁ ଯୁବକ,ପୁରୁଖା ଓ ଆଗଧାଡ଼ିର  ନେତା ଓ କର୍ମୀ ମାନେ ଯୋଗଦେଇ  ଡବଲ ଇଂଜିନ ସରକାର ବିରୋଧ ରେ ରଣ ହୁଙ୍କାର ଦେଇଥିଲେ l     ଏହା ସହିତ ରାଜ୍ୟ ରେ ଭକ୍ତ ଚରଣ ଦାସ ଏବଂ କେନ୍ଦ୍ର ରେ ରାହୁଲ ଗାନ୍ଧୀ ଙ୍କ ହାତ ମୁଠା କୁ ଟାଣ କରିବା ନିମନ୍ତେ ସମସ୍ତେ ଶପଥ ନେଇଥିଲେ l ଦଳର ଆଗାମୀ ଭବିଷ୍ୟତ ରଣନୀତି ଏବଂ କାର୍ଯ୍ୟକ୍ରମ ର ପ୍ରସ୍ତୁତି, ତୃଣମୂଳ ସ୍ତରରୁ ସଂଗଠନ ମଜବୁତ କରିବା,  କର୍ମୀ ମାନଙ୍କୁ ସକ୍ରିୟ କରିବା, ଲୋକଙ୍କ ସମସ୍ୟାକୁ ନେଇ ଜୋରଦାର ଆନ୍ଦୋଳନ କରିବା ଉପରେ ଫୋକସ କରାଯାଇଛି l ଏହା ସହିତ ଗାଁ ରୁ ବୁଥ୍ ପର୍ଯ୍ୟନ୍ତ ସଂଗଠନ ମଜବୁତ କରିବା ନିମନ୍ତେ ବିଶେଷ ଭାବେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବ୍ଲକ କଂଗ୍ରେସ କମିଟି ସଭାପତି ସୁଦାମ ପୁରୋହିତ, ପୂର୍ବତନ ବ୍ଲକ କମିଟି ସଭାପତି ଗଣପତି ବାରିକ, ପୂର୍ବତନ ସରପଞ୍ଚ ଡି. ରାମସ୍ୱାମୀ ରେଡ୍ଡୀ ଓ ଟି.କ୍ରିଷ୍ଣା, କାଳୁ ଚରଣ ତ୍ରିପାଠୀ, ଯୁବନେତା ଚକ୍ରପାଣି ପଲାଇ, ଇଜୁ ଆମିନ ଖାନ,ବୁଲୁ ରେଡ୍ଡୀ,ନିରଞ୍ଜନ ସାହୁ, ରିଙ୍କୁ ସାହୁ, ସୁଦାମ ଦାସ, ମୋହନ ବେହେରା, ଅସିତ ପାତ୍ର, ପାପା ରାଓ ଓ କୁନି ନାୟକ ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ଶତାଧିକ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l ଶେଷରେ ଚକ୍ରପାଣି ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ