ଦୁର୍ବୁତ୍ତଙ୍କ ଗୁଳିମାଡରେ ବ୍ୟବସାୟୀ ଗୁରୁତର : ୧୫ ହଜାର ଲୁଟ

କେନ୍ଦୁଝର (ଯୁଗାବ୍ଦ ନ୍ୟୁଜ) : କେନ୍ଦୁଝର ଜିଲ୍ଲା ଡିମ୍ବ ରେଲୱେ ନିକଟରେ ଜଣେ ବ୍ୟବସାୟୀଙ୍କୁ ଗୁଳିକରି ୧୫ ହଜାର ଟଙ୍କା ଦୁବୁତ୍ତମାନେ ଲୁଟିନେଇଛନ୍ତି । ଦୁର୍ବୁତ୍ତଙ୍କ ଗୁଳିମାଡରେ ବ୍ୟବସାୟୀ ଦିଲ୍ଲୀପ ବେହେରା ଗୁରୁତର ଆହାତ ହୋଇଛନ୍ତି । ବେହେରାଙ୍କୁ ନିକଟସ୍ଥ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ ଆଜି ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ପାଇଁ ଆସୁଥିବା ବେଳେ ୨ ଟି ପଲସର ବାଇକରେ ୪ ଜଣ ଦୁବୁର୍ତ୍ତ ବ୍ୟବସାୟୀ ଜଣଙ୍କୁ ଟଙ୍କା ମାଗିଥିଲେ । ଦିଲ୍ଲୀପ ଟଙ୍କା ନଦେବାରୁ ଦୁବୁତ୍ତମାନେ ବନ୍ଧୁକରେ ଫାୟରିଂ କରିଥିଲେ ବ୍ୟବସାୟୀଙ୍କ ହାତରେ ଗୁୂଳି ବାଜିଥିଲା । ଏହା ପରେ ଦୁର୍ବୁତ୍ତମାନେ ୧୫ ହଜାର ଟଙ୍କା ଲୁଟିନେଇଥିଲେ । ଟାଉନଥାନା ପୋଲିସ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ