ବିଜେଡିର ମିଶ୍ର ପର୍ଵ: ମନ୍ତ୍ରୀଙ୍କ ଠାରୁ ମୁହଁ ଫେରାଇ, ଅଧ୍ୟକ୍ଷାଙ୍କ ଘରେ ପୁଣି ଶଙ୍ଖଧରିଲେ

ଧାମନଗର (ଓ୍ବାଇଏନଏସ): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ଏବେଠାରୁ ଧାମନଗର ଅଞ୍ଚଳର ଲୋକମାନେ ମନ୍ତ୍ରୀଙ୍କ ଠାରୁ କିଛି ସୁଫଳ ନପାଇ ବିଜେପି ଦଳରୁ ମୁହଁ ଫେରାଇ ଏବେ ବିଜେଡି ମୁହାଁ ନେତା ଓ କର୍ମୀ। ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରାଙ୍କ ବାସଭବନରେ ବିଜେଡିର ମିଶ୍ର ପର୍ଵ ଆରମ୍ଭବ ହୋଇଛି। ସୂଚନା ଅନୁଯାୟୀ ୟlଙ୍ଗଡିହି ପଞ୍ଚାୟତର ଦୁଇଜଣଙ୍କୁ ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ମନ୍ତ୍ରୀଙ୍କ ପାଖରେ ଅଳ୍ପ ଦିନ ତଳେ ବିଜେପିରେ ମିଶେଇ ଥିଲେ। ସେମାନେ ପୁଣି ବିଜେଡିକୁ ଫେରି ଆସିଲେ ଚକ୍ରଧର ବେହେରା,ସନ୍ତୋଷ ବଳ ଓ ଅନ୍ୟ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ନୂତନ ଭାବେ ଦଳରେ ଯୋଗଦେଇଥିବା ସମସ୍ତଙ୍କୁ ଦଳୀୟ ଉତ୍ତରିୟ ପ୍ରଦାନ କରି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ମିଶ୍ର ପର୍ଵ ଆଗକୁ ଜାରି ରହିବ ଏବଂ ବିଜୁ ଜନତା ଦଳ ପଞ୍ଚାୟତ ସ୍ତରରେ ଆହୁରି ମଜବୁତ ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତ ସ୍ତରରେ ସରପଞ୍ଚ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସମସ୍ତ ପ୍ରାର୍ଥୀ ବିଜେଡିର ଜିତିବା ବୋଲି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଏବଂ ପୂର୍ବତନ ବ୍ଲକ ସଭାପତି ଉମେଶ ମହାନ୍ତି ଉପସ୍ଥିତ କେତେକ ସରପଞ୍ଚ ଦଳୀୟ ନେତା ଗଣମାଧ୍ୟମ ଆଗରେ ମତପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ