ଭଦ୍ରାଙ୍କୁ ମିଳିଲା କୋର୍ଟରୁ ଆଶ୍ୱସ୍ତି

ଅନେକ ଦିନର ପ୍ରତିକ୍ଷା ପରେ ରବଟ ଭଦ୍ରାଙ୍କୁ ଆଶ୍ୱସ୍ତି ମିଳିଛି । ପ୍ରିୟଙ୍କା ଗାନ୍ଧୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ପଟିଆଲା ଘରୋଇ ଅଦାଲତ ମନି ଲଣ୍ଡରିଂ ମାମଲାରେ ତାଙ୍କର ଅନ୍ତରିମ ଜାମିନକୁ ୧୯ ମାର୍ଚ୍ଚ ପର‌୍ୟ୍ୟନ୍ତ ବଢାଇ ଦେଇଛନ୍ତି । ଏହି ମାମଲାର ଶୁଣାଣି ଆଗାମୀ ମାର୍ଚ୍ଚ ୧୯ରେ ହିଁ ହେବ ।
ଅନ୍ୟପଟେ ଅଦାଲତ ରବଟ ଭଦ୍ରାଙ୍କ ସହଯୋଗି ମନୋଜ ଅରୋରାଙ୍କ ଆଗୁଆ ଜାମିନ ଉପରେ ଶୁଣାଣିକୁ ଘୁଂଚାଇ ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟ ଭଦ୍ରାଙ୍କୁ ମନି ଲଣ୍ଡରିଂ ସମ୍ପର୍କିତ ଦସ୍ତାବିଜଗୁଡିକର ନକଲ ଦେଇସାରିଛି । ତେବେ କୋର୍ଟଙ୍କ ଏହି ରାୟ ପରେ ଅନ୍ତତ ମାର୍ଚ୍ଚ ୧୯ ପର‌୍ୟ୍ୟନ୍ତ ଆଉ ଗିରଫ ହେବେନି ଭଦ୍ରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ