୫% ବ୍ୟବସାୟୀ ଅନ୍ଲାଇନ୍ ଠକେଇର ଶିକାର: ରିପୋର୍ଟ
ନୂଆଦିଲ୍ଲୀ, (ଏଜେନ୍ସି): ଅଧୁନା ଭାରତୀୟ ଗ୍ରାହକ ଏସିଆ ପ୍ରଶାନ୍ତ କ୍ଷେତ୍ରରେ ସର୍ବାଧିକ ଠକେଇର ଶିକାର ହେଉଛନ୍ତି । ତଥାପି ସେମାନଙ୍କର ଆର୍ଥିକ ସଂସ୍ଥା ଉପରେ ସର୍ବାଧିକ ଭରସା ରହିଛି । ଏହି ତଥ୍ୟ ଏକ୍ସପିରିୟନ୍ ଇଣ୍ଡିଆର ୨୦୧୯ ରିପୋର୍ଟରେ ଉପସ୍ଥାପନା କରାଯାଇଛି । ଭାରତୀୟ ଉଦ୍ୟୋଗ ମଧ୍ୟରୁ ୬୫% ଗତ ୧୨ ମାସ ମଧ୍ୟରେ ସର୍ବାଧିକ ଅନ୍ଲାଇନ୍ ଠକେଇର ଶିକାର ହୋଇଛନ୍ତି । ଏହି ଠକେଇ ସମ୍ବନ୍ଧିତ କ୍ଷତିରେ ମଧ୍ୟ ବୃଦ୍ଧି ଦାୟର କରାଯାଇଛି । ତେବେ ଏସିଆ ପ୍ରଶାନ୍ତ ସର୍ଭେରେ ସାମିଲ୍ ହୋଇଥିବା ବ୍ୟବସାୟୀଙ୍କ ମଧ୍ୟରେ ୫୦% ଗତ ୧୨ ମାସରେ ଠକେଇ ଯୋଗୁଁ ସର୍ବାଧିକ କ୍ଷତିରେ ପଡ଼ିଥିବା ଉଲ୍ଲେଖ କରାଯାଇଛି । ବିଶ୍ୱ ସ୍ତରରେ ଠକେଇ ଯୋଗୁଁ ହେଉଥିବା କ୍ଷତିର ଆନୁମାନିକ ହାର ୫୫% ରହିଛି । ବିଶ୍ୱସ୍ତରୀୟ ଆମେରିକାରେ ଠକେଇର ଆନୁମାନିକ ହାର ସର୍ବାଧିକ ୮୦% ରହିଛି ।
ଏସିଆ ପ୍ରଶାନ୍ତ କ୍ଷେତ୍ରରେ ୬୦% ଗ୍ରାହକଙ୍କୁ ନିଜ ବ୍ୟକ୍ତିଗତ ତଥ୍ୟ ସମ୍ଭାଳିବାରେ ବ୍ୟାଙ୍କ ଓ କମ୍ପାନୀଗୁଡ଼ିକ ଉପରେ ଅତ୍ୟଧିକ ଭରସା ରହିଛି । ଅନ୍ୟ ପକ୍ଷରେ ଏହି ମାମଲାରେ ସରକାରୀ ଏଜେନ୍ସିଗୁଡ଼ିକ ୫୭% ଓ ପେମେଣ୍ଟ ସେବା ପ୍ରଦାନକାରୀ କମ୍ପାନୀ ଉପରେ ୫୬% ଭରସା କରିଥାଆନ୍ତି । ରିପୋର୍ଟ ଅନୁସାରେ, ଏହି କ୍ଷେତ୍ରରେ ୧୧ ମଧ୍ୟରୁ ୫ ଦେଶର ଗ୍ରାହକ ବ୍ୟାଙ୍କ ଓ ବୀମା କମ୍ପାନୀଗୁଡ଼ିକରେ ଅନ୍ୟ କୌଣସି ଉଦ୍ୟୋଗ ଅପେକ୍ଷା ଅଧିକ ଭରସା କରିଥାଆନ୍ତି । ଏହାପରେ ସରକାରୀ ଏଜେନ୍ସିଗୁଡ଼ିକ ଓ ପେମେଣ୍ଟ୍ ସେବା ପ୍ରଦାନକାରୀ କମ୍ପାନୀର ସ୍ଥାନ ରହିଛି । ଗ୍ରାହକଙ୍କ ମଧ୍ୟରେ ୭୧%ଙ୍କ ଅନୁସାରେ, ଅନ୍ଲାଇନ୍ ଅନୁଭବରେ ସେମାନଙ୍କର ସବୁଠାରୁ ପ୍ରାଥମିକତା ସୁରକ୍ଷା । ଅନ୍ୟ ପକ୍ଷରେ ୨୦% ଗ୍ରାହକ ସହନଶୀଳତା ଓ ୯% ବ୍ୟକ୍ତିଗତତା ପ୍ରାଥମିକତା ଦେଇଥାଆନ୍ତି । ତେବେ ଅଧିକତର ଉଦ୍ୟୋଗ ସବୁଠାରୁ ଅଧିକ ସହନଶୀଳତା ଉପରେ ଧ୍ୟାନ ଦେଇଥାଆନ୍ତି ।
ରିପୋର୍ଟରେ କୁହାଯାଇଛି ଯେ, ଉଦ୍ୟୋଗ ସହନଶୀଳତାକୁ ଅଧିକ ପ୍ରାଥମିକତା ଦେଇଥିବାବେଳେ ଗ୍ରାହକଙ୍କ ସୁରକ୍ଷା ସେମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆକଳନର ବିଶ୍ଲେଷଣକାରୀ କମ୍ପାନୀ ଏକ୍ସପେରିୟନ୍ ଇଣ୍ଡିଆର ଭାରତର ପ୍ରବନ୍ଧ ନିର୍ଦ୍ଦେଶକ ସତ୍ୟକଲ୍ୟାଣ ସୁନ୍ଦରମ୍ କହିଛନ୍ତି ଯେ, କମ୍ପାନୀଗୁଡ଼ିକ ଲଗାତର ନୂଆ ସମାଧାନ ପ୍ରସ୍ତୁତି କରୁଛି, ଯାହାକି ଗ୍ରାହକଙ୍କ ଅନୁଭବକୁ ଉନ୍ନତ କରିବା । ହେଲେ ସେମାନଙ୍କୁ ଗ୍ରାହକଙ୍କ ତଥ୍ୟ ଓ ସୂଚନାକୁ ସୁରକ୍ଷିତ କରି ରଖିବା ପାଇଁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଭାରତରେ ଠକେଇର ସ୍ତର ଉଚ୍ଚ ରହିବା ପରେ ମଧ୍ୟ ଲୋକଙ୍କୁ ବ୍ୟାଙ୍କ୍ ଓ ବୀମା କମ୍ପାନୀଗୁଡ଼ିକରେ ଭରସା ଏସିଆ ପ୍ରଶାନ୍ତ କ୍ଷେତ୍ରରେ ସର୍ବାଧିକ । ଭାରତରେ ୬୮% ଗ୍ରାହକଙ୍କ ପେମେଣ୍ଟ ସିଷ୍ଟମକାରୀଙ୍କ ମଧ୍ୟରେ ଅତ୍ୟଧିକ ବିଶ୍ୱାସ ରହିଛି ।


