ପୁଲିସ ଜୁଆ ଖେଳୁଥିବା ଭିଡ଼ିଓ ଭାଇରାଲ୍
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ପୁଲିସ କର୍ମଚାରୀ ଜୁଆ ଖେଳୁଥିବାର ଭିଡ଼ିଓ ହେଲା ଭାଇରାଲ୍ । ଗଞ୍ଜାମ ଜିଲ୍ଲା ପୁଲିସ ଅନ୍ତର୍ଗତ ଏକ ଥାନାର ପୁଲିସ କର୍ମଚାରୀମାନେ ଜୁଆ ଖେଳୁଥିବା ଭିଡ଼ିଓ ଭାଇରାଲ୍ ହେବା ପରେ ଏବେ ଚର୍ଚ୍ଚା ଜୋର୍ ଧରିଛି ଏହି ଭିଡିଓରେ ପୁଲିସ କର୍ମଚାରୀମାନେ ଇନିଫର୍ମ ପିନ୍ଧି ବସି ତାସ୍ ଖେଳ ଖେଳିବା ସହ ଟଙ୍କା ମଧ୍ୟ ନିକଟରେ ରଖିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ବାଡ଼ ଯଦି ଫସଲ ଖାଏ ତାହା ହେଲେ କହିବେ କାହାକୁ । ନିଜେ ଜୁଆ ଆଡ୍ଡା ଉପରେ ଚଢଉ କରୁଥିବା ବେଳେ ଯଦି ନିଜେ ଜୁଆ ଖେଳିବେ ତାହା ହେଲେ ସାଧାରଣ ଲୋକଙ୍କ ଉପରେ କଣ ପ୍ରଭାବ ପଡ଼ିବ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


