ଘାଟି ତଳକୁ ଖସିଲା ବସ୍ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ 

କନ୍ଧମାଳ:- ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ବୁଧବାର ସନ୍ଧ୍ୟା ବେଳେ ସୋରଡ଼ା ଥାନା ଅନ୍ତର୍ଗତ ଗାଜଲବାଡ଼ି ଘାଟି ରାସ୍ତାର ଗୋଟାଏ ମୋଡ଼ରେ ଖସି ପଡୁ ପଡୁ ଅଧା ବାଟରେ ଝୁଲି ରହିଯାଇଥିଲା । ଫଳରେ ଏଥିରେ ଥିବା ୫୦ ପର‌୍ୟ୍ୟଟକଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ସୂଚନା ଏକ ଘରୋଇ ବସ୍ ଭୁବନେଶ୍ୱରରୁ ୫୦ ଜଣ ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗବାଡ଼ି ବୁଲିଯାଇଥିଲା । ସନ୍ଧ୍ୟା ବେଳେ ସେ ବସ୍ ସମ୍ପୃକ୍ତ ଯାତ୍ରୀମାନଙ୍କୁ ଧରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରୁଥିଲା । ଦାରିଙ୍ଗବାଡ଼ିରୁ ପ୍ରାୟ ୧୭ କିଲୋମିଟର ଅତିକ୍ରମ କରିବା ପରେ ଥିବା ଗାଜଲବାଡ଼ି ଘାଟିର ୯ ନମ୍ବର ମୋଡ଼ରେ ଚାଳକ ବସ୍ଟିକୁ ଠିକ୍ ଭାବରେ ବୁଲାଇ ପାରି ନ ଥିଲେ । ଫଳରେ ବସ୍ଟି ରାସ୍ତାରୁ ବାହାରି ଯାଇ ଘାଟି ତଳକୁ ଗଡ଼ି ଯାଉ ଯାଉ ଅଧା ଝୁଲା ଅବସ୍ଥାରେ ଅଟକି ଯାଇଥିଲା । ଏ ବିଷୟରେ ଖବର ପାଇ ସୋରଡ଼ା ଓ ଦାରିଙ୍ଗବାଡ଼ିର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆତଙ୍କିତ ପର୍ଯ୍ୟଟକ ମାନଙ୍କୁ ଅଧାଝୁଲା ଅବସ୍ଥାରେ ରହିଥିବା ବସ୍ରୁ ବାହାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ