ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ର ସମ୍ମିଳନୀ ଓ ଫଟୋ ପ୍ରଦର୍ଶନୀ ୧୨ରେ

କେନ୍ଦ୍ରାପଡା – ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ଅଧିନ ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ର ସମ୍ମିଳନୀ ଏବଂ ଫଟୋ ପ୍ରଦର୍ଶନୀ ଚଳିତ ଫେବୃୟାରୀମାସ ୧୨ତାରିଖରେ ଜିଲ୍ଲା ସଦର ମହକୁମାସ୍ଥିତ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସୁଖ୍ୟାତି ଅର୍ଜ୍ଜନ କରିଥିବା ପୁରାତନ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇ “ମୋ ସ୍କୁଲ ଅଭିଯାନ”କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କର ବହୁମୁଲ୍ୟ ବକ୍ତବ୍ୟ ପ୍ରଦାନ କରିବେ । ଜିଲ୍ଲାର ପ୍ରତ୍ୟେକ ବ୍ଲକର ଫଟୋ ପ୍ରଦର୍ଶନୀ ଷ୍ଟଲ ଏଥିରେ ସ୍ଥାନ ପାଇବ । ଏଣୁ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ,ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା,ଅଭିଭାବଜମାନେ ଏଥିରେ ଯୋଗଦେଇ ଏହାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ