ନିର୍ଭୟା ଦୋଷୀ ଅକ୍ଷୟର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ଅକ୍ଷୟ ଠାକୁରର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରି ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଅକ୍ଷୟ ରାଜକ୍ଷମା ପାଇଁ ଗତ ୧ ତାରିଖରେ ଆବେଦନ କରିଥିଲା। ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବା ପରେ ଅକ୍ଷୟ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଫଳରେ ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ସମସ୍ତ ପ୍ରକାର ଆଇନଗତ ସୁଯୋଗ ନେଇ ସାରିଥିଲା ବେଳେ କେବଳ ପୱନ ଗୁପ୍ତା ଫାଶୀ ଦଣ୍ଡାଦେଶ ନେଇ କୌଣସି ପ୍ରକାର ଆବେଦନ କରିନାହିଁ। ବୁଧବାର ଦିଲ୍ଲୀ ହାଇକୋର୍ଟ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ସମସ୍ତ ଆଇନଗତ ସୁଯୋଗ ୭ ଦିନ ମଧ୍ୟରେ ନେବା ପାଇଁ କହିଥିଲା ବେଳେ ପୱନ ତା’ର ଦଣ୍ଡାଦେଶ ବିରୋଧରେ ଆବେଦନ କରୁଛି ନା ନାହିଁ ତାହା ଦେଖିବାକୁ ରହିଛି। ତେଣୁ ନିର୍ଭୟା ମାଲାରେ ୪ ଦୋଷୀ ଏକସଙ୍ଗେ ଫାଶୀ ପାଇବା ସମୟ ପାଖେଇ ଆସୁଥିବା ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ