ନିର୍ଭୟା ମାମଲାର ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- ବହୁ ଚର୍ଚ୍ଚିତ ନିର୍ଭୟା ଶୁଣାଣିକୁ ସୁପ୍ରିମକୋର୍ଟରେ ଫେବ୍ରୁଆରି ୧୧ ୧୧କୁ ଘୁଞ୍ଚାଇ ଦେଇଛନ୍ତି । ଏହା ସହ ୪ ଦୋଷୀଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର । ଅଲଗା ଅଲଗା ଫାଶି ଦିଆନଯିବା ରାୟକୁ କେନ୍ଦ୍ର ସରକାର ଚ୍ୟାଲେଞ୍ଜ କରିଥିଲେ । ସୂଚନାନୁଯାୟୀ, କେନ୍ଦ୍ର ସରକାରଙ୍କ ଆଡ଼ିଶନାଲ ସଲିସିଟର ଜେନେରାଲ କେଏମ ନଟରାଜ ଗତ ଗୁରୁବାର ଜଷ୍ଟିସ୍ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ସମକ୍ଷରେ ଏହି ଯାଚିକାରେ ଶୀଘ୍ର ଶୁଣାଣି କରିବାକୁ ଗୁହାରୀ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ