ଇଞ୍ଚୋଳରେ ଆସପେୟାର ପକ୍ଷରୁ ଶିଶୁ ଉତ୍ସବ
ହାଟଡିହି, ,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଇଞ୍ଚୋଳ ମଧ୍ୟ ଇଂରାଜି ବିଦ୍ୟାଳୟରେ ଆସପେୟାର ପକ୍ଷରୁ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପାର୍ବତୀ ନାଇକ, ସମ୍ମାନୀତ ଅତିଥି ଭାବେ ମୁରଲୀଧର ବେହେରା, ଅଙ୍ଗନବାଡି କର୍ମୀ ଦୁର୍ଗା ନାୟକ, ସ୍କୁଲ କମିଟି ସଭାପତି ପ୍ରଫୁଲ ଜେନା, ଇଞ୍ଚୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ବରାଳ, ଶିକ୍ଷକ ବିଭୁତି ଭୁଷଣ ବେହେରା, ସହକାରୀ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ, ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥି ମାନଙ୍କ ଦ୍ୱାରା କୃତ୍ତି ପ୍ରତିଯୋଗୀ ମାନଙ୍କୁ ପାଠ୍ୟ ଉପକରଣ ସହ ମାନପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିଲା । ଆସପେୟାରର ଇଞ୍ଚୋଳ ପଞ୍ଚାୟତର ସଂଯୋଜକ ଉମାକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବଞ୍ଚୋ ଜି.ପି.ସି.ଏମ ଆଦିତ୍ୟ ରଞ୍ଜନ ପଟ୍ଟନାୟକ, ହାବଳେଶ୍ୱର ଜି.ପି.ସି.ଏମ ମମତା ଜେନା, ସୁଲଣ ଜି.ପି.ସି.ଏମ ରଞ୍ଜନ କୁମାରଜେନା , ଆଇତିପୁର ଜି.ପି.ସି.ଏମ ଇନ୍ଦ୍ରମଣି ନାୟକ, ଜମ୍ଭୀରା ଜିପିସିଏମ ନିବେଦିତା ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।