ଡୋମିନୋସର ହୀରା ପିଜ୍ଜା ମୁଦି

ଚଳିତ ବର୍ଷ ଭାଲେଟାଇନ୍ସ ଡେ’କୁ ନଜରରେ ରଖି ଡୋମିନୋସ ଅଷ୍ଟ୍ରେଲିଆ ଜଣେ ଭାଗ୍ୟଶାଳୀ ପିଜ୍ଜା ପ୍ରେମୀଙ୍କ ପାଇଁ ଏକ ହୀରାର ଏକ ନିର୍ବନ୍ଧ ମୁଦି ପ୍ରସ୍ତୁତ କରିଛି, ଯାହା ମୂଲ୍ୟ ୯ ହଜାର ଡଲାର ବା ୬,୪୧,୦୭୪ ଟଙ୍କା । ମୁଦି ଉପର ଅଂଶକୁ ଖଣ୍ଡେ ପିଜ୍ଜା ଆକୃତିର ନିର୍ମାଣ କରାଯାଇଛି । ଛେନା ଓ ପେପରୋନି ମାଣିକରେ ଏହା ନିର୍ମିତ ହୋଇଛି । ଡୋମିନୋସ ଦ୍ୱାରା ଏହାର ଡିଜାଇନ କରାଯାଇଛି । ଭାଲେଟାଇନ୍ସ ଡେ’ ଅବସରରେ ଜଣେ ମହିଳାଙ୍କ ଆଙ୍ଗୁଳିରେ ଏହା ଶୋଭା ପାଇବ ବୋଲି ହୀରାମୁଦି ପ୍ରସ୍ତୁତ କର୍ତ୍ତା ଆଶା କରୁଛନ୍ତି । ମୁଦିରେ ଜଡ଼ିତ ପିଜ୍ଜା ଖଣ୍ଡ ମୋଟ ୧ କ୍ୟାରେଟ ଓଜନର ହୀରାରେ ପ୍ରସ୍ତୁତ ହୋଇଛି । ଏହି ମୁଦିକୁ ଜିତିବା ପାଇଁ ଆବେଦନାକାରୀଙ୍କୁ ୩୦ ସେକେଣ୍ଡର ଏକ ଭିଡିଓ ଡୋମିନୋସ ନିକଟକୁ ପଠାଇବାକୁ ପଡ଼ିବ । ନିଜ ରୋମାଣ୍ଟିକ ନିର୍ବନ୍ଧରେ ଡୋମିନୋସ ସହିତ ଆପଣ କେମିତି ଜଡ଼ିତ ହେବେ, ସେ ବିଷୟରେ ଏହି ଭିଡିଓରେ ବର୍ଣ୍ଣନା କରିବାକୁ ପଡ଼ିବ । ତେବେ ସୋସିଆଲ ମିଡିଆରେ ଡୋମିନୋସ୍ ପିଜ୍ଜା ମୁଦିକୁ ଖୁବ୍ ଟ୍ରୋଲ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ