ନଳରୁ ବାହାରିଲା ମଦ

କେରଳର ତ୍ରିସୂର ଜିଲ୍ଲାର ସୋଲମନ ଆଭେନ୍ୟୁ ଫ୍ଲାଟରେ ନଳରୁ ପାଣି ବଦଳରେ ହଠାତ୍ ମଦ ବାହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପାଣି ଟାଙ୍କିରେ କେହି ମଦ ମିଶାଇ ଦେଇଥିବା ଖବର ଜଙ୍ଗଲରେ ନିଆଁ ଭଳି ଚାରିଆଡେ଼ ପ୍ରଘଟ ହୋଇଯାଇଛି । ଜଣେ ଅନ୍ୟ ଜଣଙ୍କ ଘରେ ଯାଞ୍ଚ କରିବାକୁ ଜଣାପଡ଼ିଛି ଯେ ମୋଟ ୧୮ ଜଣଙ୍କ ଘର ନଳରୁ ମଦ ବାହାରୁଛି । ଏ ନେଇ ଖୋଳତାଡ଼ କରିବାରୁ ଜଣାପଡ଼ିଲା, ଅବକାରୀ ବିଭାଗର ଏକ ଅପରେସନ କାରଣରୁ ଏହି ସମସ୍ୟା ସାମ୍ନାକୁ ଆସିଛି । ଅବକାରୀ ଟିମ୍ ଜବତ କରିଥିବା ୪୫୦୦ ଲିଟର ମଦକୁ ଏକ ଗାତରେ ଢ଼ାଳି ଦେଇଥିଲେ । ଏହି ମଦ ନିକଟସ୍ଥ କୂଅରେ ପ୍ରବେଶ କରିଛି, ଯାହା ସୋଲମନ ଆଭେନ୍ୟୁର ଲୋକଙ୍କ ପାନୀୟ ଜଳର ମୁଖ୍ୟ ସ୍ରୋତ । ନଳରୁ ମାଟିଆ ରଙ୍ଗର ପାଣି ଦେଖିବା ପରେ ଲୋକଙ୍କ ଧାରଣା ହେଲା ଯେ ପାଇପ୍‌ ଲାଇନରେ କିଛି ସମସ୍ୟା ହୋଇଛି । କିନ୍ତୁ ପିଇବା ପରେ ଜଣାପଡ଼ିଲା, ପାଣିରେ ମଦ ମିଶିଛି । ଲୋକେ ସ୍ଥାନୀୟ ନଗର ନିଗମ ସହ ସମ୍ପର୍କ କରିବା ପରେ ପ୍ରଭାବିତଙ୍କୁ ତୁରନ୍ତ ସ୍ୱଚ୍ଛ ପାଣି ବ୍ୟବସ୍ଥାର ପ୍ରତିଶ୍ରୁତି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ