ଚିକିତ୍ସାଧିନ ଅବସ୍ଥାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ
ବେଲଗୁଣ୍ଠା,(ଶିବରାମ ଚୈାଧୁରୀ) : ଶୁକ୍ରବାର ସକାଳ ୮ ଘଣ୍ଟା ସମୟରେ ପାଇଲିପଡା ଅଭିମୁଖେ ଯୁକ୍ତ ଦୁଇର ଛାତ୍ରୀ ଜ୍ୟୋତି ଟିୟୁସନ ଯାଉଥିବା ବେଳେ ପଛପଟୁ ବୋଲର ଧକ୍କାରେ ଗୁରୁତର ଆହାତ ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଶନିବାର ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ପ୍ରଚାର ପରେ ଅଂଚଳ ଓ କଲେଜ ସହପାଠୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଗତକାଲି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ବୋଲର ଧକ୍କାରେ ଜ୍ୟୋତି ଗୁରୁତର ଆହାତ ହୋଇଥ୍ବା ବେଳେ ଗାଙ୍ଗପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଛାତ୍ରୀକୁ ଗୋବରା, ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ରହିଥିବାରୁ ଗତକାଲି ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ଜ୍ୟୋତୀ ଗୋବରା ପ୍ରଫୁଲ କୁମାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କଳାଛାତ୍ରୀ ଥିଲେ ।ତାଙ୍କ ଆତ୍ମାର ସଦ୍ଗତି ପାଇଁ ଗୋବରା ମହାବିଦ୍ୟାଳୟରେ ଦୁଇ ମିନଟ ନୀରବ ପ୍ରାର୍ଥନା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପୋଳିସ ବୋଲର ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ।


