ସୋସୋରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ

ସୋସୋରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ
ସୋସୋରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ସୋସୋ ଠାରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଆରମ୍ଭ ହୋଇଛି । ୩ଦିନ ଧରି ଚାଲିବାକୁ ଥିବା ଏହି ଯଜ୍ଞତ୍ସୋବ ପାଇଁ ଗତ ଗୁରୁବାର ଦିନ ଅଧିବାସ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । କତ୍ତା ଭାବେ ଦାମୋଦର ରାଉତ, ଚିତ୍ତରଞ୍ଜନ ରାଉତ, ଲକ୍ଷ୍ମୀଧର ନାୟକ, ଆନନ୍ଦ ସିଂ, ସୁକୁମାର ଦାସ, ଦୀପକ ରାଉତ, ରାଧେଶ୍ୟାମ ମଲ୍ଲିକ, ଗୋପବନ୍ଧୁ ରାଉତ, ସୁରେନ୍ଦ୍ର କୁମାର ପତି, ବସ୍ତ ମହାନ୍ତି ପ୍ରମୁଖ ସାମିଲ ହୋଇଥିବାବେଳେ ପଣ୍ଡିତ ବୈଦ୍ୟନାଥ ନନ୍ଦ, ସୁବାସ ଦାଶ, ସୁଧାକର ପତି, ଦାମୋଦର ତିଆଡି, ରାଧାକାନ୍ତ ମିଶ୍ର, ବଳରାମ ସତପଥି, ଉପେନ୍ଦ୍ର ଦାଶ ପ୍ରମୁଖ ସମସ୍ତ ରିତୀନୀତି ମତେ ଯଜ୍ଞ କାର୍ଯ୍ୟ ସମ୍ପାଦାନ କରୁଛନ୍ତି । ସନ୍ଥ ଅରକ୍ଷିତ ଦାଶ ସୌରରଶ୍ମୀରୁ ଅଗ୍ନିସଂଯୋଗ ଧ୍ୱନି ସ୍ଥାପନ ପୁର୍ବକ ଯଜେ୍ଞାତ୍ସବ ଉଦଘାଟନ କରିଥିଲେ । ଏହି ଅବସରରେ ବେଦ,ଗୀତା, ଚଣ୍ଡୀପାଠ ସହ ଯଜ୍ଞକୁଣ୍ଡରେ ଘୃତାହୁତୀ ପ୍ରଦାନ କରାଯାଉଛି । ସୋସୋ ଗାଁରେ ହିନ୍ଦୁ ମୁସଲିମ ସଂପ୍ରଦାୟିକ ସଦଭାବନାର ପର୍ବ ଭାବେ ପରିଚିତ ଏହି ବିଶ୍ୱଶାନ୍ତି ଗୀତା ମହାଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ସମଗ୍ର ଗ୍ରାମଟି ଏବେ ଉତ୍ସବ ମୁଖରିତ ହୋଇଉଠିଛି । ଏଥିପାଇଁ ଯଜ୍ଞସ୍ଥଳରେ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାବେଳେ ଶ୍ରଦ୍ଧାଳୁମାନେ ଯଜ୍ଞରେ ଘୃତାହୁତୀ ପ୍ରଦାନ କରୁଛନ୍ତି । ଏଥିପାଇଁ ବିଭିନ୍ନ ଉଠା ଦୋକାନର ପସରା ମେଲିଥିବାବେଳେ ଲୋକଙ୍କ ଗହିଳି ପାଇଁ ସୋସୋ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ ଭଜନ କିର୍ତ୍ତନ, ପ୍ରବଚନ କାର୍ଯ୍ୟକ୍ରମ ମାନ ଚାଲୁ ରହିଛି । ସଭାପତି ରମେଶ ମହାନ୍ତି, ସମ୍ପାଦକ ଦୀନବନ୍ଧୁ ପହି, ଉପସଭାପତି ରମାକାନ୍ତ ସିଂ, ବିନଦୋ ସିଂ, ଆନନ୍ଦ ଚନ୍ଦ୍ର ନାୟକ, ଶରତ କୁମାର ରାଉତ, ବୈଲୋଚନ ନାୟକ, ନିତ୍ୟାନନ୍ଦ ସିଂ, ରଙ୍ଗାଧର ସିଂ, ବସନ୍ତ ମହାନ୍ତି, ପିତବାସ ନାୟକ, ଅନାଦି ଚରଣ ନାୟକ, ବସନ୍ତ ରାଉତ, ଗିରିଶ ନାୟକ, ପ୍ରଭାତ ରାଉତ, ଅକ୍ଷୟ ବେହେରା, କେଦାର ରାଉତ, ନିରାକାର ରାଉତ ପ୍ରମୁୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ ସମସ୍ତ ଗ୍ରାମବାସୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ