ବିଜେପିରେ ଯୋଗ ଦେଲେ ୭ ପୂର୍ବତନ ସ୍ଥଳ ସେନାଧିକାରୀ
ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଶନିବାର ବିଜେପିରେ ୭ ପୂର୍ବତନ ସ୍ଥଳସେନା ଅଧିକାରୀ ସାମିଲ ହୋଇଛନ୍ତି । ଲ୍ୟୁଟିନାଣ୍ଟ ଜେନେରାଲ ଜେବିଏସ୍ ଯାଦବ, ଲ୍ୟୁଟିନାଣ୍ଟ ଜେନେରାଲ ଆରଏନ୍ ସିଂହ, ଲ୍ୟୁଟିନାଣ୍ଟ ଜେନେରାଲ ଏସ୍କେ ପତୟାଲ, ଲ୍ୟୁଟିନାଣ୍ଟ ଜେନେରାଲ ସୁନୀତ୍ କୁମାର, ଲ୍ୟୁଟିନାଣ୍ଟ ଜେନେରାଲ ନୀତିନ୍ କୋହଲି, କର୍ଣ୍ଣଲ ଆରକେ ତ୍ରିପାଠୀ ଏବଂ ୱିଙ୍ଗ୍ କମାଣ୍ଡର ନବନୀତ୍ ମାଗୋନ୍ ପ୍ରମୁଖ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ନିର୍ମଳା ସୀତାରମଣ ଏହି ପୂର୍ବତନ ସାମରିକ ଅଧିକାରୀଙ୍କୁ ଉତରୋତ୍ତର ଦେଇ ଦଳକୁ ସ୍ୱାଗତ କରିଥିଲେ । ପରେ ନିଜ ପ୍ରତିକ୍ରିୟାରେ ସୀତାରମଣ କହିଥିଲେ ଯେ, ଏହି ବରିଷ୍ଠ ସାମରିକ ଅଧିକାରୀଙ୍କ ପରାମର୍ଶ ଓ ନେତୃତ୍ୱ ଦେଶ ଜାତିର ସୁରକ୍ଷା କ୍ଷେତ୍ରରେ ନୀତି ନିର୍ଦ୍ଧାରଣ କରିବା ଦିଗରେ ବେଶ୍ ସହାୟକ ହୋଇପାରିବ ଏବଂ ସେମାନଙ୍କ ଉପସ୍ଥିତି ଦଳକୁ ଆହୁରି ମଜଭୁତ୍ କରିବ


