କେନ୍ଦ୍ରାପଡା ଜିଲ୍ଲା ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୩କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରି ଆର୍ଥିକ ସହାୟତା ମଞ୍ଜୁର କରିଥିବା ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ରାଜ୍ୟ ବିଜେଡି ଲିଗାଲଫ୍ରଂଟର ଆବାହକ ମିଲନ କୁମାର କାନୁନଗୋ ଓ ନିଖିଳ ଓଡିଶା ଆଇନଜୀବୀ ସଂଘ ସଭାପତି ଜ୍ଞାନ ରଂଜନ ମହାନ୍ତିକୁ କେନ୍ଦ୍ରାପଡା ବିଜେଡି ଲିଗାଲଫ୍ରଂଟ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି । ରାଜ୍ୟ ବିଜେଡି ଲିଗାଲଫ୍ରଂଟର ସଦସ୍ୟ ସଂଜୟ କୁମାର ଜେନା, ଜିଲ୍ଲା ବିଜେଡି ଆବାହକ ଭିମସେନ ଭୂୟାଁ, ଗଗନ ବିହାରୀ ଜେନା, ଗୋବର୍ଦ୍ଧନ ରାଉତ, ନିହାର ରଂଜନ ମହାପାତ୍ର, ନିରଞ୍ଜନ ବଳ, ମାନସ ରଞ୍ଜନ ଧଳ, ମନୋଜ କୁମାର ସାହୁ, ରମାକାନ୍ତ ସ୍ୱାଇଁ, ସୁରେଶ ଚନ୍ଦ୍ର ନାୟକ, ଅଜୟ ମହାନ୍ତି, ସ୍ୱୃତି ରଂଜନ ସିଂହ, ଗୋକୁଳି ରଂଜନ ଦାସ, ରେଣୁବାଳା ସାମଲ, ଇତିହାସ ଲେଙ୍କା, ଧରଣୀ ପ୍ରସାଦ ଦାସ, ବିଜୟ ପରିଡା, ଅଫସର ଅଲ୍ଲି ବକ୍ସ, ଆଶିଷ କୁମାର ସାମଲ, ଭିମସେନ ପ୍ରଧାନ ପ୍ରମୁଖ ଜିଲ୍ଲା ବିଜେଡି ଲିଗାଲଫ୍ରଂଟର ସଦସ୍ୟ ମାନେ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ