ଏକ୍ସିଟ୍‌ ପୋଲ୍‌ : ପୁଣି ଦିଲ୍ଲୀ ଦଖଲ କରିବ ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମାପ୍ତ ହୋଇଛି। ଭୋଟଗ୍ରହଣ ଶେଷ ହେବା ସହିତ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ସମୁଦାୟ ୧ କୋଟି ୪୭ ଲକ୍ଷ ୮୬ ହଜାର ୩ଶହ ୮୨ ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୧୧ ଫେବୃୟାରୀରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ତେବେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲ ପକ୍ଷରୁ ଭୋଟ ଗ୍ରହଣ ପରେ ଏକ୍ସିଟ୍‌ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଛି। ବିଭିନ୍ନ ସର୍ବେକ୍ଷଣରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ବହୁମତ ମିଳିଛି। ଏବିପି ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୪୯ରୁ ୬୩ଟି ଆସନ ମିଳିବ। ବିଜେପିକୁ ୫-୧୯ଟି ଆସନ ଏବଂ କଂଗ୍ରେସକୁ ୦-୫ଟି ଆସନ ମିଳିବା ନେଇ ପୂର୍ବାନୂମାନ କରାଯାଇଛି। ଆଜତକ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୯ରୁ ୬୮ଟି ଆସନ, ବିଜେପିକୁ ୨ରୁ ୧୧ଟି ଆସନ ଅନୁମାନ କରାଯାଇଥିବା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ। ଇଣ୍ଡିଆ ଟିଭି ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୬ଟି, ବିଜେପିକୁ ୧୨ଟି ଆସନ ମିଳିବ ଏବଂ କଂଗ୍ରେସକୁ ୨ଟି ଆସନ ସର୍ବେକ୍ଷଣ କରିବ। ଇଣ୍ଡିଆ ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୩-୫୭ଟି ଆସନ ମିଳିବ। ବିଜେପିକୁ ୧୧-୧୭ଟି ଆସନ ଏବଂ କଂଗ୍ରେସକୁ ୦-୨ଟି ଆସନ ମିଳିବ। ସେହିପରି ନ୍ୟୁଜ୍‌ ନେସନ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଆପ୍‌କୁ ୫୪ଟି, ବିଜେପିକୁ ୧୫ଟି ଏବଂ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିବ। ଏହି ଏକ୍ସିଟ୍‌ ପୋଲ୍‌କୁ ନଜରରେ ରଖିଲେ ଆପାତତଃ ଅରବିନ୍ଦ କେଜ୍ରିଓ୍ବାଲ ହ୍ୟାଟ୍ରିକ୍‌ କରିବାକୁ ଯାଉଛନ୍ତି। ଆପ୍‌ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ବିଜେପିର ଭୋଟିଂ ପ୍ରତିଶତ ବଢିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ