ପଞ୍ଜାବରେ ନଗର କୀର୍ତ୍ତନ ସମୟରେ ବିସ୍ଫୋରଣ : ୧୫ ମୃତ

ପଞ୍ଜାବ : ପଞ୍ଜାବର ଟାର୍ନ ଟରନ୍‌ରେ ଏକ ଭୟାବହ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ନଗର କୀର୍ତ୍ତନ ଚାଲିଥିବା ସମୟରେ ଟ୍ରାକ୍ଟର ପଛପଟେ ବସି ଶ୍ରଦ୍ଧାଳୁ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ଭୟାବହତା ଏତେ ରହିଥିଲା ଯେ ଘଟଣାସ୍ଥଳରେ ୧୫ ଜଣଙ୍କର ପ୍ରାଣହାନି ଘଟିଥିଲା । ୩ ଜଣ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ