ନିଅନ୍ତିନି ଦରମା, ତଥାପି କୋଟିପତି ଇଭାଙ୍କା ଟ୍ରମ୍ପ

ଇଭାଙ୍କା ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା। ଯେଉଁଥିପାଇଁ ସେ କୌଣସି ଦରମା ନିଅନ୍ତିନି। କିନ୍ତୁ ତାଙ୍କର ରୋଜଗାର ରିୟଲ ଇଷ୍ଟେଟ ଏବଂ ନିଜର ଫ୍ୟାଶନ ବ୍ରାଣ୍ଡରୁ ଆସିଥାଏ। ଇଭାଙ୍କା ନିଜର ଜୀବନକୁ ବେଶ୍‌‌ ରାଜକୀୟ ଭାବେ ଜିଇ ଆସିଛନ୍ତି। ଆମେରିକାର ବିଜନେସ ୱିମେନ ଭାବେ ସେ ବଛାବଛା ବ୍ୟବସାୟୀ ହସ୍ତୀଙ୍କ ମହଲରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଫ୍ୟାଶନ ମଡେଲିଂ ଜଗତରେ ମଧ୍ୟ ସେ ଯୋଡ଼ିହୋଇ ରହିଛନ୍ତି।
ଟାଇମ ରିପୋର୍ଟ ଅନୁଯାୟୀ ଆମେରିକା ରାଷ୍ଟ୍ରପତିଙ୍କ ଏହି ପରାମର୍ଶଦାତା କୌଣସି ପାରିଶ୍ରମିକ ନିଅନ୍ତିନି। ତାଙ୍କ ସ୍ବାମୀ ଜାରେଡ କୁଶନେର ମଧ୍ୟ ରାଷ୍ଟ୍ରପତିଙ୍କର ବରିଷ୍ଠ ପରାମର୍ଶଦାତା। ସେ ବି କିଛି ଦରମା ନେଇ ନ ଥାନ୍ତି। ଫ୍ୟାଶନ ବ୍ରାଣ୍ଡ ଓ ରିୟଲ ଇଷ୍ଟେଟରୁ ଇଭାଙ୍କାଙ୍କ ରୋଜଗାର ୩୦୦ ମିଲିୟନ (ପ୍ରାୟ ୧୯ ହଜାର କୋଟି) ଅଟେ। ଆସନ୍ତୁ ଜାଣିବା ଇଭାଙ୍କାଙ୍କ ଲାଇଫ ଷ୍ଟାଇଲ ସମ୍ପର୍କରେ।
ମୂଲ୍ୟବାନ ପୋଷାକ ପ୍ରତି ଆସକ୍ତି : ମହଙ୍ଗା ପୋଷାକ ପ୍ରତି ତାଙ୍କର ଅଧିକ ସଉକ ଦେଖାଯାଇଛି। ଏଥିପାଇଁ ସେ ଅଧିକ ଚର୍ଚ୍ଚାରେ। ସେ ନିଜ ପୋଷାକର ନିଜେ ଡିଜାଇନ କରିଥାନ୍ତି। ସେ ତାଙ୍କ ନାମରେ ପୋଷାକ ମଧ୍ୟ ଲଞ୍ଚ କରିଥାନ୍ତି।
ମଡେଲ ନ ହେବା ସତ୍ତ୍ବେ ୧୬ବର୍ଷ ବୟସରେ ଇଭାଙ୍କା ସିକ୍ସଟିନ ମାଗାଜିନ୍‌ର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛନ୍ତି। ତା’ ପର ଠାରୁ ଅନେକ ମାଗାଜିନର କଭର ଗର୍ଲ ବନିଛନ୍ତି ଇଭାଙ୍କା।
ସୋସାଲ ମିଡିଆରେ ସକ୍ରିୟ : ଇନଷ୍ଟାଗ୍ରାମ, ଟ୍ବିଟର, ଫେସବୁକରେ ସେ ନିଜର ଭଳିକି ଭଳି ଫଟୋ ଅପଲୋଡ୍‌ କରିବାକୁ ପସନ୍ଦ କରିଥାନ୍ତି। ସେଲ୍ଫି ନେବା ତାଙ୍କର ଆଉ ଏକ ପ୍ରମୁଖ ସଉକ। ତାଙ୍କ ଟ୍ବିଟରରେ ୪.୯୩ ମିଲିଅନ ଫଲୋଅର୍ସ ଥିବା ବେଳେ ଇନଷ୍ଟାଗ୍ରାମରେ ୪ ମିଲିଅନ ଲୋକ ତାଙ୍କୁ ଅନୁସରଣ କରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ