ଲଭ୍‌ ଲାଇଫ୍‌ରେ ବୋରିଂ ହେଉଥିଲେ…

ସମ୍ପର୍କରେ ଆକର୍ଷଣ ଏବଂ ଆଟାଚମେଣ୍ଟ ବଜାଏ ରଖିବା ନିହାତି ଆବଶ୍ୟକ। ନଚେତ୍‌ ଆପଣଙ୍କ ଲଭ୍‌ ଲାଇଫ୍‌ ବୋରିଂ ହୋଇଯିବ। ଏମିତି କିଛି ଟିପ୍‌ସ ଆପଣାନ୍ତୁ ଯାହାଫଳରେ ଆପଣଙ୍କ ସାଥୀ ଦୂରରେ ରହିଲେ ମଧ୍ୟ ଆପଣଙ୍କୁ ମନେ ପକାଇବେ।
– ସାଥୀଙ୍କୁ କେବେ କେବେ ପ୍ରେମପୂର୍ଣ୍ଣ ମେସେଜ ପଠାନ୍ତୁ। ‘ଆଇ ମିସ୍‌ ୟୁ’, ‘ଆଇ ଲଭ୍‌ ୟୁ’ କିମ୍ବା ଅନ୍ୟ କିଛି ଦୁଷ୍ଟାମୀପୂର୍ଣ୍ଣ ମେସେଜ୍‌ କରନ୍ତୁ। ଯାହାଫଳରେ ଆପଣଙ୍କ ସାଥୀଙ୍କ ମୁହଁରେ ହସ ଫୁଟି ଉଠିବ। ଆପଣ ସାଥୀଙ୍କ ହୃଦୟ ସହଜରେ ଜିଣିପାରିବେ।
– ସାଥୀଙ୍କ ସହ ବିତାଇଥିବା ସ୍ମରଣୀୟ ମୁହୁର୍ତ୍ତକୁ ଫଟୋ ଆକାରରେ ସାଇତି ରଖନ୍ତୁ। ଏହାକୁ ଏକ ଆଲବମ୍‌ ପ୍ରସ୍ତୁତ କରନ୍ତୁ। ଆପଣଙ୍କ ସାଥୀ ଘରକୁ ଫେରିବା ପରେ ବେଡ୍‌ରୁମ୍‌ରେ ରଖାଯାଇଥିବା ପୁରୁଣା ଆଲବମ୍‌ ଦେଖି ପୁରୁଣା ଦିନକୁ ମନେ ପକାଇପାରିବେ। ଦେଖିବେ ଆପଣଙ୍କ ସାଥୀଙ୍କ ଖୁସିର ସୀମା ରହିବ ନାହିଁ।
– କେବଳ ଜନ୍ମଦିନ, ବିବାହ ବାର୍ଷିକୀ ଭଳି ବିଶେଷ ଅବସରରେ ସାଥୀଙ୍କୁ ଉପହାର ଦେବା ଜରୁରୀ ନୁହେଁ। ଯଦି ଆପଣ ସାଥୀଙ୍କୁ ମଝିରେ ମଝିରେ କୌଣସି ଛୋଟ ଛୋଟ ଉପହାର ଦେଉଛନ୍ତି ସେଥିରେ ମଧ୍ୟ ସେ ବହୁତ ଖୁସି ହେବେ।
– ଆପଣଙ୍କ ସାଥୀଙ୍କ ବ୍ୟାଗ୍‌ କିମ୍ବା ପକେଟ୍‌ରେ ପ୍ରେମ ଭରା ଚିଠି ଲେଖି ରଖନ୍ତୁ। ଏଥିରେ ପୁରୁଣା ଦିନର ସ୍ମୃତିକୁ ଲେଖନ୍ତୁ। ଏମିତି କିଛି ଲେଖନ୍ତୁ ଯାହା ଆପଣ ନିଜ ସାଥୀଙ୍କୁ କହିବାକୁ ଚାହୁଛନ୍ତି ମାତ୍ର କହିବାରେ ସଙ୍କୋଚ ଅନୁଭବ କରୁଛନ୍ତି। ଏହାକୁ ପଢ଼ିବା ପରେ ଆପଣଙ୍କ ସାଥୀଙ୍କ ପ୍ରେମ ଆପଣଙ୍କ ପ୍ରତି ଆହୁରି ବଢ଼ିଯିବ।
– ଯଦି ଆପଣ ସାଥୀଙ୍କ ସହ ବହୁତ ଦିନ ହେଲାଣି ଡିନର ଡେଟ୍‌ରେ ଯାଇ ନାହାନ୍ତି ତେବେ ସମୟ ବାହାର କରନ୍ତୁ। ସାଥୀଙ୍କ ସହ ତୁରନ୍ତ ଡିନର ଡେଟ୍‌ରେ ଯାଆନ୍ତୁ। ଏହାବ୍ୟତୀତ ଘରେ ମଧ୍ୟ କ୍ୟାଣ୍ଡେଲ ଲାଇଟ୍‌ ଡିନର ସର୍‌ପ୍ରାଇଜ୍‌ ଦେଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ