ନୀଳାଦ୍ରିବିହାର ଠାରେ ସଂସ୍କାର କେନ୍ଦ୍ର ଆନୁକୁଲ୍ୟରେ ସ୍ୱର୍ଗତ ବିନୟ ଦାସଙ୍କ ସ୍ମୃତି ଚାରଣ

ଭୁବନେଶ୍ୱର, – ସହରାଞ୍ଚଳରେ ଭାଇଚାରା ଓ ବନ୍ଧୁତ୍ୱର ଏକ ଅପୂର୍ବ ନିର୍ଦଶନ ପ୍ରତିଫଳନ ସହ ସ୍ଥାନୀୟ ନୀଳାଦ୍ରିବିହାର ଠାରେ ସଂସ୍କାର କେନ୍ଦ୍ର ତଥା ସ୍ୱର୍ଗତ ବିନୟ ଦାସ ସ୍ମୃତି କମିଟି ଆନୁକୁଲ୍ୟରେ ୨୦୧୭ ମସିହାରେ ଏକ ଆକସ୍ମିକ ଘଟଣା କ୍ରମରେ ଇହଧାମ ତ୍ୟାଗ କରିଥିବା ଜଣେ ଭଦ୍ର, ଅମାୟିକ, ବନ୍ଧୁ ବତ୍ସଳ, ସଂଗଠକ ସ୍ୱର୍ଗତ ବିନୟ ଦାସଙ୍କ ସ୍ମୃତି ଚାରଣ କରାଯିବା ସହ ତାଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ପୂର୍ବକ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା, ତର୍କ, ଏକକ ତଥା ଗୋଷ୍ଠି ନୃତ୍ୟ, ସଂଗୀତ ଏବଂ ମହିଳାମାନଙ୍କ ମଧ୍ୟରେ ମୁରୁଜ, ହୁଳହୁଳି, ଶଙ୍ଖ ଫୁଙ୍କା ପ୍ରତିଯୋଗୀତାମାନ ଆୟୋଜନ କରାଯାଇଥିଲା । ଦୁଇ ଦିନ ଧରି ଆୟୋଜିତ ଏହି ମନୋରମ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଦୌରାଜଜ୍ ତଥା ରାଜ୍ୟ ସରକାରଙ୍କ ଆଇନ ବିଭାଗର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଚିଟ୍‌ଫଣ୍ଡ କମିସନର ସେକ୍ରେଟାରୀ ଶ୍ରୀ ଦେବରାଜ ରାଉତ, ବରିଷ୍ଠ ଆଇନଜିବୀ ଶ୍ରୀ ମନମୋହନ ପଟ୍ଟନାୟକ ତଥା ଦ୍ୱିତୀୟ ସନ୍ଧ୍ୟାରେ ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି, ସଂସ୍କୃତି ପ୍ରେମୀ ଅନ୍ତର୍ଯ୍ୟାମି ପଣ୍ଡା, ଗାୟକ ବିଭୁ ଦାସ ଏବଂ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ତଥା ସମାଜସେବୀ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଅତିଥ ରୂପେ ଯୋଗଦେଇ ସ୍ୱର୍ଗତ ବିନୟ ଦାସଙ୍କ ସ୍ମୃତି ଚାରଣ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । ଏହି ଅବସରରେ ଅଞ୍ଚଳର ଅଧିବାସୀମାନଙ୍କ ଭାଇଚାରାର ଏହି ମନୋବୃତ୍ତିକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଞ୍ଚଳର ବରିଷ୍ଟ ସାମାଜିକ କର୍ମୀ ବଟକୃଷ୍ଣ ପଣ୍ଡା ସଂଚାଳନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ହାଡିବନ୍ଧୁ ବେହେରା, ସଂପାଦକ ହର ପ୍ରସାଦ ଦାସ, ଆବାହକ ଅରୁଣ କୁମାର ଦେ ତଥା ସଭ୍ୟ ଲକ୍ଷ୍ମଣ କୁମାର ମାରାଣ୍ଡି, ବନଶ୍ରୀ ପାଣିଗ୍ରାହୀ, କୁମର ବାରିକ, ପବିତ୍ର ବାରିକ ପ୍ରମୁଖ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ