ପାରଳା ମହିଳା ସ୍ନାତ୍ତୋକ ମହାବିଦ୍ୟାଳୟର ୯ତମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତୋକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାହୋରରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଅଧ୍ୟକ୍ଷତା କରି ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ଏହି ମହାବିଦ୍ୟାଳୟ କିପରି ବହୁ ଉଥାନପତନ ଦେଇ ଗତି କରିଛି ସେ ବିଷୟରେ ଉଦ୍ବୋଧନ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ରଘୁନାଥ ପାତ୍ରଙ୍କ ସଂଯୋଜନାରେ ଛାତ୍ରୀମାନଙ୍କ ଦ୍ୱାରା ଏକ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ପାରଳାଖେମୁଣ୍ଡି ବିଧାୟକ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କେ.ନାରାୟଣ ରାଓ ଯୋଗଦେଇ ଆଜିକାଲି ସମାଜରେ କେବଳ ପାଠ ପଢି ଶିକ୍ଷିତ ହେଲେ ଚଳିବନି ବଂର ନିଜର ଶିଷ୍ଠାଚାର, ମାନ ମର୍ଯ୍ୟାଦା ଇତ୍ୟାଦି ବିଭିନ୍ନ ଦିଗ ପ୍ରତି ଛାତ୍ରୀମାନେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ.ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗଦେଇ ଛାତ୍ରୀମାନେ ଆଜିକା ସମାଜରେ ଅଧିକା ସମୟ ସ୍ମାର୍ଟ ଫୋନରେ ବ୍ୟୟ ନକରି ଅଧିକ ସମୟ ଯଦି ଗ୍ରନ୍ଥାଗାରରେ ବ୍ୟବହାର କରନ୍ତେ ତେବେ ତାହା ସେମାନଙ୍କ ପାଇଁ ଏବଂ ସେମାନଙ୍କ ଶିକ୍ଷା ପାଇଁ ଅଧିକ ସୁଯୋଗ ସୃଷ୍ଟି କରନ୍ତା ବୋଲି ସେ କହିଥିଲେ । ସେହିପରି ପ୍ରତ୍ୟେକ ଛାତ୍ରୀ କିପରି ଭବିଷ୍ୟ ଜୀବନରେ ଶୀର୍ଷ ସ୍ଥାନରେ ପହଞ୍ôଚ ନିଜ ସହର ତଥା କଲେଜର ଗୌରବକୁ ବୃଦ୍ଧି କରିପାରିବେ ସେଥିପ୍ରତି ଧ୍ୟାନଦେବା ଅଧିକ ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେସ ଆକର୍ଷକ ଢଙ୍ଗରେ ପରିବେଷଣ କରାଯାଇଥିଲା ଯାହାକି ବେସ ମନମୋହିଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଅନୁପମ ସାହା, ଅତିରିକ୍ତ ଜିଲାପାଳ ଜ୍ଞାନରଂଜନ ଭଂଜଦେଓ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପିକା ପ୍ରମୁଖ ଉପସ୍ଥିତଥିଲେ ।