ଦୁବାଇ ଓମେନ୍‌ସ୍‌ ଫୋରମ୍‌କୁ ସମ୍ବୋଧିତ କରିବେ ଇଭାଙ୍କା-ଥେରେସା

ଦୁବାଇ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଥେରେସା ମେ ଦୁବାଇ ଓମେନ୍‌ସ୍‌ ଫୋରମ୍‌କୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ଆସନ୍ତା ସପ୍ତାହରେ ଏହି ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଆସନ୍ତା ଫେବୃୟାରୀ ୧୬ ଏବଂ ୧୭ ତାରିଖରେ ଏହି ଫୋରମ୍‌ ଅନୁଷ୍ଠିତ ହେବ । ଇଭାଙ୍କା ଶିକ୍ଷା, ସ୍ବାସ୍ଥ୍ୟ, ମହିଳାଙ୍କ ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ଉପରେ ନିଜର ଅଭିଭାଷଣ ପ୍ରଦାନ କରିବେ ବୋଲି ଜଣାପଡିଛି । ସେହିପରି ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଥେରେସା ନିଜର ରାଜନୈତିକ ଅଭିଜ୍ଞତା ସହିତ ରାଜନୀତିରେ ମହିଳାଙ୍କ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିବେ । ଏହି ଦୁଇ ଜଣଙ୍କ ବ୍ୟତିତ ୟଏଇ ଜାତିସଂଘ ରାଷ୍ଟ୍ରଦୂତ ଲାନା ନୁସେବା, ବିଶ୍ବବ୍ୟାଙ୍କ ସଭାପତି ଡେଭିଡ୍‌ ମାଲ୍‌ପାସ୍‌ ଏବଂ ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜେଭିଆ ପ୍ରମୁଖ ଯୋଗ ଦେବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ