ଏଡସ୍ ସଚେତନତା ଉପଲକ୍ଷେ ଅନ୍ତଃ କଲେଜ ପ୍ରତିଯୋଗିତା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର କଲେଜ)ର ୟୁଥ୍ ରେଡକ୍ରସ୍ ସେଲ୍ ଦ୍ୱାରା ଏଡସ୍ ସଚେତନତା ଉପଲକ୍ଷେ ବିଭିନ୍ନ ଅନ୍ତଃ କଲେଜ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଛତ୍ରପୁର ଏନ୍‌ଏସି ଅନ୍ତର୍ଗତ ଚାରିଗୋଟି କଲେଜ ଯଥା-ଛତ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୦ରୁ ଉର୍ଦ୍ଧ ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଓ ସମସ୍ତ ଅଧ୍ୟାପିକା ଏବଂ କର୍ମଚାରୀଙ୍କ ସହଯୋଗରେ ଏହି ପ୍ରତିଯୋଗିତା ଗୁଡିକ ସମାପନ ହୋଇଥିଲା । ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ଛାତ୍ରୀମାନଙ୍କ ମନରେ ଉତ୍ସାହ ଜାଗ୍ରତ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ