ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଏବଂ ବିସ୍ଥାପିତ ନୀତିକୁ କାର୍ଯ୍ୟକାରି କରିବା ଦାବୀ
ଛତ୍ରପୁର (ଓ୍ବାଇଏନଏସ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣା ର ସ୍ଥାୟୀ ସମାଧାନ କରିବା ଏବଂ ଆଇ ଆର ଇଏଲ ପକ୍ଷରୁ ବିସ୍ଥାପିତ ନୀତି କୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବୀ ନେଇ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ପକ୍ଷରୁ ଅଗଷ୍ଟ ୧୦ ତାରିଖ ଠାରୁ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ଡାକରା ଦେଇଛନ୍ତି l ଏଥିପାଇଁ ସଜବାଜ ହେବାସହିତ ଗ୍ରାମ ରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଅଗଷ୍ଟ ୧୦ ତାରିଖ ରେ ଗୋପାଳପୁର ବନ୍ଦରର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ କରାଯିବ l ଏଥିରେ ବଡ ଆର୍ଯ୍ୟପଲ୍ଲୀ ଓ କେ. ଆର୍ଯ୍ୟପଲ୍ଲୀ ଗ୍ରାମବାସୀ ମାନେ ସାମିଲ ହେବା ନିମନ୍ତେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ପକ୍ଷରୁ ଅନୁରୋଧ କରାଯାଇଛି l ଗୋଟେ ପଟେ ଗୋପାଳପୂର ବନ୍ଦର ଖାମଖିଆଲି ନୀତି ଯୋଗୁଁ ଦିନ କୁ ଦିନ ସମୁଦ୍ର କୂଳ ଲଙ୍ଘିବା ସହିତ ଗାଁ ଲୀନ ହେବା ଭୟ ଥିବା ବେଳେ ଅନ୍ୟପଟେ ଆଇ ଆର ଇ ଏଲ କମ୍ପାନୀ ଦେଇଥିବା ନିଜ ପ୍ରତିଶୃତି ପାଳନ କରିବା ନା ନେଉନି l ଏହି ଘଡି ସନ୍ଦୀ ମୁହୂର୍ତ ରେ ଅଂଚଳବାସୀ ମାନେ ରହିଛନ୍ତି l ଏଣୁ ସେମାନଙ୍କ ଦାବୀ ନ ପୂରଣ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମ୍ୟ କମିଟି ପକ୍ଷରୁ ସୂଚନା ମିଳିଛି l


