କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷଙ୍କ ଜାତୀୟ କର୍ମଶାଳାରେ ଯୋଗଦେବାକୁ ହାଇଦ୍ରାବାଦ ଗସ୍ତ
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମନୋନ୍ୱିତ ହୋଇ ହାଇଦ୍ରାବାଦସ୍ଥିତ ଜାତୀୟ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନରେ “ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ସୁପରିଚାଳନା ନିମନ୍ତେ ପଂଚାୟତକୁ ପ୍ରସ୍ତୁତ କରିବା”ଶୀର୍ଷକ ଏକ ୨ଦିବସୀୟ କର୍ମଶାଳାରେ ଯୋଗଦେବାକୁ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ହାଇଦ୍ରାବାଦ ଗସ୍ତରେ ଯାଇଛନ୍ତି । ଫେବୃୟାରୀ ୧୨ ଓ ୧୩ତାରିଖ ଦୁଇଦିନ ସେଠାରେ କର୍ମଶାଳାରେ ଯୋଗଦେଇ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ କେନ୍ଦ୍ରାପଡା ଫେରି ଆସିବେ ବୋଲି ସୂଚନା ମିଳିଛି ।