ଦିଲ୍ଲୀ ପରେ ଏବେ ରାଷ୍ଟ୍ର ନିର୍ମାଣ ଦିଗରେ ଅଗ୍ରସର ଆପ୍
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଆପ୍ ଲଗାତାର ଭାବରେ ୫୦ଟି ଆସନରେ ଆଗୁଆ ରହିଛି । ସେହିପରି ବିଜେପି ୨୦ଟି ଆସନରେ ଆଗୁଆ ଅଛି । ଏହି ରେଜଲ୍ଟ ଆଧାରରେ ତୃତୀୟ ଥର ପାଇଁ ଦିଲ୍ଲୀରେ ପୁଣି ଥରେ କେଜରୀଓ୍ବାଲ ସରକାର ସରକାର ଗଢିବ । ଆପ୍ କାର୍ଯ୍ୟାଳୟରେ ଉତ୍ସାହର ମାହୋଲ୍ ରହିଛି । ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଥିବାବେଳେ ଆପ୍ ତରଫରୁ ଏକ କ୍ୟାମ୍ପେନ୍ର ଆରମ୍ଭ କରାଯାଇଛି । ‘ରାଷ୍ଟ୍ର ନିର୍ମାଣ’ର ଏକ କ୍ୟାମ୍ପେନ୍ ଆରମ୍ଭ କରିଛି ଆପ୍ । ଆମ୍ ଆଦ୍ମୀ ପାର୍ଟି ତରଫରୁ ମଙ୍ଗଳବାର ଦିନ ଏକ ନୂତନ ପୋଷ୍ଟର ଲାଗିଛି । ଏହି ପୋଷ୍ଟରରେ ’ରାଷ୍ଟ୍ର ନିର୍ମାଣ ପାଇଁ ଆପ୍ ସେ ଯୋଡି ହୁଅନ୍ତି ବୋଲି ଲେଖାଯିବା ସହିତ ଏଥିରେ ଯୋଡ଼ି ହେବା ପାଇଁ ୯୮୭୧୦୧୦୧୦୧ ନମ୍ବରରେ ମିସ୍କଲ୍ ଦେବା ପାଇଁ କୁହାଯାଇଛି। ବିଜେପି ରାସ୍ତାରେ ପାଦ ରଖି ଆପ୍ ଏବେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଜନତାଙ୍କ ସହିତ ଯୋଡ଼ି ହେବା ପାଇଁ ଲାଗିଛି । ତେବେ ଏହାର ଝଲ୍କ୍ ତ ଆପ୍ ଘୋଷଣାପତ୍ରରେ ଦେଖିବାକୁ ମିଳିଥିଲା । ଆପ୍ ନିଜର ଘୋଷଣାପତ୍ର ଜାରି କରିବା ସୟରେ ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିସୋଦିଆ କହିଥିଲେ ଯେ, ପୁନର୍ବାର ସରକାର ଗଠନ ପରେ ସମସ୍ତ ବିଦ୍ୟାଳୟରେ ହ୍ୟାପିନେସ୍ କରିକୁଲମ୍ ଓ ଏଣ୍ଟୋରପ୍ରାୟୋନରସିପ୍ କରିକୁଲମ୍ର ସଫଳତା ପରେ ଦେଶଭକ୍ତିର ପାଠ୍ୟକ୍ରମ ବି ଅଣାଯିବ ।


