ଦୂର୍ଘଟଣାରେ ୪ ଗୁରୁତର
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ସାରୁ ଛକ ନିକଟରେ ଯାତ୍ରୀବାହୀ ଅଟୋ (ଓଆର୦୭ଏଏ ୩୫୧୬) ସହ ମୋଟର ସାଇକେଲର ଧକ୍କା ଘଟି ୪ ଜଣ ଗୁରୁତର ଆହାତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଗୁରୁତର ଆହାତ ମାନେ ହେଲେ ବ୍ରହ୍ମପୁର ସଦର ଥାନା ବଉଳଝୋଳି ଗ୍ରାମର ଖୋକନ ଦାସ (୨୬), ତାଙ୍କରି ସ୍ତ୍ରୀ ମରିଚିକା ଦାସ(୨୧), ପୁଅ ରାହୁଲ ଦାସ(୫) ଓ ଶାଶୁ ସଜନି ଦାସ(୬୪) । । ଶାଶୁୂ ଓ ବୋହୁଙ୍କ ୁଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ସୂଚନା ଅନୁଯାୟୀ , ମଙ୍ଗଳବାର ସକାଳ ସାଢେ ୯ ଟାରେ ବଉଳଝୋଳି ଗ୍ରାମର ଏକ ପରିବାର ସଦସ୍ୟ କୌଣସି କାମରେ ହିଂଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ବ୍ରହ୍ମପୁର ଠାରୁ ହିଂଜିଳିକାଟୁ ଅଭିମୁଖେ ଏକ ମୋଟର ସାଇକେଲ ଆସି ଅଟୋକୁ ଧକ୍କା ଦେବାରୁ ଅଟୋ ଚାଳକ ଭାରସାମ୍ୟ ହରାଇବାରୁ ଅଟୋଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରୁ ବାଇକ ଆରୋହୀ ଫେରାର ହୋଇ ଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋକୁ ଜବତ କରିବା ସହ ତଦନ୍ତ ଚଳାଇଛି ।


