ଆଶା ସାଥି ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ଗଞ୍ଜାମ,(ଦୁର୍ଗା ମାଧବ ପାଣିଗ୍ରାହି): ଗଞ୍ଜାମ ଜିଲ୍ଲା ଆଶା ସାଥି ସଙ୍ଘ ପକ୍ଷରୁ ୫ ଦଫା ଦାବି ନେଇ ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଳାଙ୍ଗେ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଶା ସାଥି ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ,କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬୦୦୦ଟଙ୍କା ପ୍ରଦାନ,ୟନିଫର୍ମ ଲାଗୁ,କାର୍ଯ୍ୟଦକ୍ଷତା କରିବା ପାଇଁ ଟ୍ରେନିଂ,ଇନ୍ସୁରାନ୍ସ ଏବଂ ମୃତ୍ୟକାଳୀନ ସହାୟତା ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଗଂଜାମ ଆଶା ସାଥି ସଙ୍ଘ ର ସଭାପତି କୁମୁଦୁନି ପ୍ରଧାନ ,ସମ୍ପାଦିକା ସୁଚିତ୍ରା ଆଚାର୍ଯ୍ୟ ,ସହ ସମ୍ପାଦିକା ଲକ୍ଷ୍ମୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।


