ଗାଁ ମାଟିରେ କେବେ ପହଞ୍ଚିବ ମୃତଦେହ !

ଭଂଜନଗର,(ପ୍ରଦ୍ୟୁମ୍ନ ପାତ୍ର): ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡା ଗ୍ରାମର ପ୍ରଫୁଲ ସେଠୀ ସୁରତରେ ସୂତାକଳରେ ଶ୍ରମିକ ଭାବରେ କାମ କରୁଥିବା ସମୟରେ ବିଦ୍ୟୁତ ୍ଆଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ ପ୍ରବାସୀ ଓଡିଆ ଶ୍ରମିକ ସଂଘର ସଦସ୍ୟମାନେ ଡାଇମଣ୍ଡ ନଗରସ୍ଥିତ ଦୂର୍ଘଟଣା ଘଟିଥିବା ମୟୂରଭାଇ ଖାତା ସମ୍ମୁଖରେ ଶହ ଶହ ଶ୍ରମିକ ଆନ୍ଦୋଳନ ଜାରୀ ରଖିଛନ୍ତି ।ଏହାକୁ ନେଇ ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ଦେଖାଦେଇଛି । ଏହି ଘଟଣାରେ ମାଲିକ ସଂଘର ଚାପରେ ସୁରତ ପୋଲିସ ମଧ୍ୟ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ପୋଲସରା ବିଧାୟକ ମଧ୍ୟ ପହଞ୍ଚି ଘଟଣା ସ୍ଥଳରେ ବୁଝାସୁଝା ପରେ ମର ଶରୀର ଶିଘ୍ର ଆସିବ ବୋଲି ଆଶା କରାଯାଉଥିଲା କିନ୍ତୁ ପୁଣି ମାଲିକ ସଂଘର ଜିଦ ଘୋର ଯୋଗୁଁ ଶବ ଆସିବାରେ ବିଳମ୍ବ ଦେଖାଦେଇଛି । ଅନ୍ୟ ପଟେ କୈାଣସି ସମାଧାନର ପନ୍ଥା ବାହାରିପାରିନଥିବା ବେଳେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର ହସ୍ତକ୍ଷେପ କରିବାକୁ ଦାବୀ ଜୋର ଧରିଛି । ତେବେ ବିଧାୟକ ଖୁବ ଶିଘ୍ର ଗାଁ ମାଟିରେ ମର ଶରୀର ପହଞ୍ଚିବ ବୋଲି ସୂଚନା ଦେଇଥିବା ବେଳେ କେବେ ଗାଁ ମାଟିରେ ମୃତ୍ୟୁଦେହ ପହଞ୍ଚିବ ଏହା ପରେ ରିତିନୀତି ଅନୁଯାୟୀ ସଂସ୍କାର କରାଯିବ ସେ ନେଇ ପରିବାର ଲୋକ ଚିନ୍ତିତ ରହିଥିବା ବେଳେ କେବେ ମୃତ୍ୟୁ ଦେହ ପହଞ୍ଚୁଛି ତାହା ଉପରେ ଏବେ ଅଂଚଳବାସୀ ଚାହିଁରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ