ମୁମ୍ବାଇରୁ ୨୩ ବାଂଲାଦେଶୀ ନାଗରିକ ଗିରଫ

ମୁମ୍ବାଇ : ମୁମ୍ବାଇରେ ଅବୈଧ ଭାବରେ ଅବସ୍ଥାନ କରୁଥିବା ୨୩ ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ରର ପାଲଗଡ ଜିଲ୍ଲାରେ ଏହି ୨୩ ଜଣ ନାଗରିକ ଅବୈଧ ଭାବରେ ଅବସ୍ଥାନ କରୁଥିଲେ । ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ ଏବଂ ମାନବଚାଲାଣକାରୀ ବିରୋଧୀ ସ୍କ୍ବାଡ୍‌ ପକ୍ଷରୁ ଚଢାଉ କରାଯାଇ ଏହି ୨୩ ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ଅର୍ଣ୍ଣାଲା ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ଅର୍ଣ୍ଣାଲା ପୋଲିସ୍‌ ତଦନ୍ତ ଜାରି ରଖିଛି । ଉଲ୍ଲେଖଯୋଗ୍ୟ ଯେ, ବିଏସ୍‌ଏଫ୍‌ ଏବଂ ତ୍ରିପୁରା ପୋଲିସ୍‌ ପକ୍ଷରୁ ଚଳିତ ସପ୍ତାହରେ ୧୨ ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ