ଛାତ୍ରୀଙ୍କୁ ବଳତ୍କାର ଉଦ୍ୟମ ଅଭିଯୁକ୍ତ ଗିରଫ

ହାଟଡ଼ିହ : ହାଟଡିହି ବ୍ଲକ ଇଞ୍ଚୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ମଧ୍ୟାହ୍ନରେ ସ୍କୁଲ ଭିତରେ ପସି ଦୁଇ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ନନ୍ଦିପଦା ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ବ୍ରଜ କିଶୋର ସୁଆରକୁ ଗିରଫ କରିଛି । ଅଭିଯୁକ୍ତ ବ୍ରଜ କିଶୋର ସ୍କୁଲ ଭିତରକୁ ପସିଯାଇ ଦୁଇଜଣ ୬ଷ୍ଟ ଶ୍ରେଣୀର ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ନେଇ ଛାତ୍ରୀଙ୍କ ବାପା ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ଗତକାଲି ଅପରାହ୍ନରେ ପୁଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଆଣି ଥାନାରେ ଅଟକ ରଖିଥିଲା । ଆଜି ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡା ନନ୍ଦିପଦା ଥାନାରେ ପହଞ୍ଚି ଜଣେ ମହିଳା ପୁଲିସ ଅଫିସରଙ୍କ ଉପସ୍ଥିତିରେ ଦୁଇ ଛାତ୍ରୀଙ୍କ ବୟାନ ଲିପିବଦ୍ଧ କରିଛି । ଅନ୍ୟପକ୍ଷରେ ସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବଳ ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଦୁଇଜଣ ୬ଷ୍ଠ ଶ୍ରେଣୀର ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ଥାଳି ଧୋଇବାକୁ ନିକଟସ୍ଥ ନଳକୂପ ପାଖକୁ ଯାଇଥିଲେ । ସେହି ସମୟରେ ଗ୍ରାମର ବ୍ରଜ କିଶୋର ସୁଆର ନାମକ ଜଣେ ବ୍ୟକ୍ତି ଉକ୍ତ ବାଳିକା ଦୁଇଜଣଙ୍କୁ ନିକଟସ୍ଥ ସ୍କୁଲ ପାଇଖାନା ଭିତରକୁ ଡାକି ନେଇଯାଇ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ