ବିଦ୍ୟୁତ ଆଘାତରେ ଜେଜେମା, ନାତି ମୃତ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଲକ ଅଧିନ କୋକଲୁଣ୍ଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ଜେଜେମା ଓ ଆଇର ମୃତ୍ୟୁ ହୋଇଛି । ମୃତକ ଜଣକ ପରିଚୟ ସେହି ଗ୍ରାମର ଉଲ୍ଲାଜେନାଙ୍କ ପୁଅ ରାଜେଶ ଜେନା (୨୩),ଓ ଜେଜେମା ସୁଶିଳା ଜେନା (୭୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ମଧ୍ୟାହ୍ନରେ ଉଲ୍ଲା ଜେନାଙ୍କ ପୁଅ ନିକଟସ୍ଥ ନଦୀରୁ ଗାଧେଇ ଘରକୁ ଫେରି ଗାମୁଛା ଶୁଖେଇବା ସମୟରେ ଟିଣରେ ଏକ ବିଦ୍ୟୁତ୍ ତାର ଛିଣ୍ଡି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ନାତିର ଚିତ୍କାର ଶୁଣି ଜେଜେମା ନିକଟକୁ ଆସି ରକ୍ଷା କରିବା ପାଇଁ ଜେଜେମା ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲୋ ଏହା ପରେ ସ୍ଥାନୀୟ ଲୋକେ ସଂଗେ ସଂଗେ ନିକଟସ୍ଥ ବେଳଗୁଣ୍ଠା ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ କର୍ମଚାରୀ ପହଂଚି ବିଦ୍ୟୁତ ସରବରାହ ବନ୍ଦ କରିଥିଲେ । ଗ୍ରାମବାସୀ ଉଭୟଙ୍କୁ ମୁର୍ମୁସ ଅବସ୍ଥାରେ ବେଳଗୁଣ୍ଠା ମେଡିକାଲରେ ଭର୍ତି କରିଥିଲେ । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । ପ୍ରକାଶ ଥାଉକି ରାଜେଶର ବାପା ଉଲା ଓ ମା ଉଭୟେ ସୁରଟ ର ସୁତା କଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ରାଜେଶ ଗ୍ରାମରେ ଟ୍ୟୁସନ କରିବା ସହ ସାନ ଦୁଇ ଭାଇ ଭଉଣୀଙ୍କୁ ପାଠ ପଢାଉଥିଲେ । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହ ରାଜେଶଙ୍କ ପାଖରେ ପଢ଼ୁଥିବା ବହୁ ଛାତ୍ରଛାତ୍ରୀ ମେଡିକାଲ ରେ ପହଂଚି ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ରାଜେଶ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ତାର ପରିବାରକୁ ଆର୍ଥିକ ସହାୟତା ଯୋଗେଇଦେବାକୁ ପୂର୍ବତନ ସରପଞ୍ଚ ସୁଧାଂଶୁ ଶେଖର ପଲେଇ ଦାବି କରିଛନ୍ତି ।


