ଗୋଲାପଡା ନୋଡଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଭଞ୍ଜନଗର- ବୁଧବାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗୋଲାପଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ସି.ଆର୍.ସି.ସି ଶ୍ରୀ ଦେବୀ ପ୍ରସାଦ ଦାଶ ଓ ପୂର୍ବତନ ସି.ଆର୍.ସି.ସି ଶ୍ରୀ ରବିନ୍ଦ୍ର କୁମାର ଗୌଡ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ବଳରାମ ଗୁରୁ, ମୁଖ୍ୟ ଅତିଥି ରୂପେ ବିଶିଷ୍ଚ ଭଞ୍ଜ ଗବେଷକ ଡକ୍ଟର ପ୍ରଦୀପ କୁମାର ପଟ୍ଟନାୟକ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ଉପଦେଶାତ୍ମକ ଉଦ୍‌ବୋଧନ ଦେଇଥିଲେ। ଏହା ପରେ ପୁରସ୍କାର ବିତରଣ ସହ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ଏହି କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ ଓ ଅଭିଭାବକ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସରୋଜକାନ୍ତ ଦାଶ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ