୨୪ ଘଣ୍ଟା ମଧ୍ୟରେ ଆପ୍‌ରେ ଯୋଗ ଦେଇଛନ୍ତି ୧୦ ଲକ୍ଷ ବ୍ୟକ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅଦ୍ଭୂତପୂର୍ବ ବିଜୟ ପରେ ଆପ୍‌କୁ ଆଉ ଏକ ସଫଳତା ମିଳିଛି । ନିର୍ବାଚନ ବିଜୟ ପରେ ୨୪ ଘଣ୍ଟା ମଧ୍ୟରେ ଆପ୍‌ରେ ପ୍ରାୟ ୧୦ ଲକ୍ଷ ଲୋକ ଯୋଗ ଦେଇଛନ୍ତି । ଆପ୍‌ରେ ଯୋଗ ଦେବା ପାଇଁ ଟ୍ବିଟ୍‌ କରାଯାଇ ଏକ ଫ୍ରି ନମ୍ବର ଜାରି କରାଯାଇଥିଲା । ଏହି ନମ୍ବରରେ ସମଗ୍ର ଦେଶରୁ ପ୍ରାୟ ୧୧ ଲକ୍ଷ ମିସ୍‌କଲ୍‌ ଆସି ସାରିଛି ବୋଲି ଆପ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ୭୦ରୁ ୬୨ଟି ଆସନରେ ବିଜୟୀ ହୋଇଥିଲେ । ଆସନ୍ତା ଫେବୃୟାରୀ ୧୬ ତାରିଖରେ ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ