ଶ୍ୟାମସୁଦର ରାଜଗୁରୁ ଥିଲେ ପାରଳା’ମାଟିର ଗର୍ଵ ଗୌରବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦପଣ୍ଡା) – ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳହିତେଇସିନୀ ସମାଜ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳହିତେଇସିନୀ ସଭାଗୃହରେ ରାଜଗୁରଙ୍କ ୧୫୪ତମ ଜୟନ୍ତୀଉତ୍ସବ ତା୧୨/୦୨/୨୦ରିଖ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗୁରୁ କୈଳାଶ ଚନ୍ଦ୍ର ପଟନାୟକଙ୍କ ନିର୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା।ଏକାଡେମୀର ପ୍ରତିନିଧି ଚିନ୍ମୟ ମିଶ୍ର ସ୍ୱାଗତ ଭାଷଣପରେ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବଳରାମ ନାଗା ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି କବି ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ମଂଚରତ୍ନ ବଟକୃଷ୍ଣ ପାତ୍ର ଯୋଗ ଦେଇଥିବା ବେଳେ ବରିଷ୍ଠ ସାରସ୍ୱତ ଶିଳ୍ପୀ ଘନଶ୍ୟାମ ଜେନା ଏବଂ ବରିଷ୍ଠ ଆୟୁର୍ବେଦବିତ ଲୋକନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଭାଗବତ ପାଢ଼ୀ ଧନ୍ୟବାଦ ଦେଇଥିଲେ।


