ବୁୁର୍ଲାରେ ସଡକ ଦୁର୍ଘଟଣା

ରେଳ ଧାରଣା ଉପରେ ଚଢ଼ିଗଲା କଣ୍ଟେନର୍। ଆଜି ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକୁ ଲାଗି ଥିବା ରେଳ ଧାରଣା ଉପରେ କଣ୍ଟେନର୍ଟି ଚଢ଼ି ଯାଇଛି। ତେବେ ସୌଭାଗ୍ୟବସତଃ କଣ୍ଟେନ୍ର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ କୌଣସି ଜନଜୀବନ କ୍ଷୟକ୍ଷତି ହୋଇନାହିଁ।କଣ୍ଟେନର୍ଟି ରେଳ ଧାରଣାରେ ଚଢ଼ିଯିବା ଫଳରେ ସମ୍ବଲପୁର-ହୀରାକୁଦ ମଧ୍ୟରେ କିଛି ସମୟ ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଷ୍ଟେସନ୍ରେ ଟ୍ରେନ୍ ଅଟକି ରହିଥିଲା। ରେଳ କର୍ମଚାରୀମାନେ ପହଞ୍ଚି କଣ୍ଟେନରଟିକୁ ଧାରଣା ଉପରୁ ହଟାଇବା ପରେ ପୁଣି ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ