ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ“ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍ଜାପନି ଦିବସ ପାଳିତ”
ବେଲଗୁଣ୍ଠା – ବାଙ୍କବଜାର ସ୍ଥିତ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ଏନ୍.ରାଜେନ୍ଦ୍ର ନାରାୟଣ ଆୟେଙ୍ଗାରଙ୍କ ସଭାପତିତ୍ୱରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅମୃତ କୁମାର ସେଠୀ ଯୋଗଦେଇଥିବା ବେଳେ ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ତ୍ରିନାଥ ଗୌଡ଼, ମୁଖ୍ୟ ବକ୍ତା ଏବଂ ୬୬୨ କଲେଜ୍ ବର୍ଗର ଜିଲ୍ଲା ସଂପାଦକ ତଥା ପୋଲସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟପକ ଶ୍ରୀଯୁକ୍ତ ଶିଶିର କାନ୍ତ ବିଷୋୟୀ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆତ୍ମ ରକ୍ଷା କୌଶଳର ତାଲିମ୍ ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ଗୀତାଶ୍ରୀ ସାମନ୍ତ ପରିଚାଳନା କରିବା ସହ ମାଷ୍ଟର ଟ୍ରେନର ଇତିଶ୍ରୀ ସ୍ୱାଇଁ ଓ ଜ୍ୟୋତିରାଣୀ ସ୍ୱାଇଁ ଆତ୍ମ ରକ୍ଷାର କୌଶଳ ପ୍ରଦାନ କରିଥିଲେ । ଏହା ୦୩.୦୨.୨୦୨୦ ଠାରୁ ୧୪.୦୨.୨୦୨୦ ପର୍ଯ୍ୟନ୍ତ ଚାଲୁ ରହିଥିଲା ।