ସୋମବାର ସୁଦ୍ଧା ମୋଦିଙ୍କ ବିରୋଧରେ ଆସିଥିବା ମାମଲାର ସମାଧାନ କରିବାକୁ ଇସିଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ଆସିଥିବା ସମସ୍ତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗର ସମାଧାନ ଆସନ୍ତା ସୋମବାର ସୁଦ୍ଧା ଶେଷ କରିବାକୁ ଗୁରୁବାର ସୁପ୍ରିମକୋର୍ଟ ନିର୍ବାଚନ କମିଶନ (ଇସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୋଦି ଓ ଶାହାଙ୍କ ବିରୋଧରେ କଂଗ୍ରେସ ଏକାଧିକ ଅଭିଯୋଗ ନିର୍ବାଚନ କମିଶନଙ୍କ ନିକଟରେ କରିଥିଲେ ହେଁ ଏଯାଏ ଏହାଉପରେ କୌଣସି ଶୁଣାଣି ହୋଇନଥିଲା । ଏହାକୁ ଆଧାର କରି କଂଗ୍ରେସ ସୁପିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆଜି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ଖଣ୍ଡପୀଠ ନିକଟରେ ହାଜର ହୋଇକଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ସେ କହିଥିଲେ, ‘ଆଜିକା ତାରିଖ ମଧ୍ୟରେ ଶାହା ଓ ମୋଦିଙ୍କ ବିରୋଧରେ ୧୧ଥର ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିଲା । ହେଲେ ଏନେଇ ଇସି କେବଳ ୨ଟି ମାମଲାର ଶୁଣାଣି କରିଛନ୍ତି । ଉଭୟ ମାମଲାରେ କମିଶନ ମୋଦିଙ୍କୁ କ୍ଲିନ୍‍ ଚିଟ୍‍ ଦେଇଛନ୍ତି । ହେଲେ କଂଗ୍ରେସକୁ ଏହାର କାରଣ ସମ୍ପର୍କରେ କୌଣସି ନୋଟିସ୍‍ ଦେଇନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ