ଛାତ ଭୁଶୁଡ଼ି ପଡ଼ିବାରୁ ଛାତ୍ର ଆହତ ସରକାରୀ ସହାୟତା ଦାବି
ଯାଜପୁର (ଜୁଗାବ୍ଦ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ର ସୁକିନ୍ଦାଗଡ଼ ହରିଜନସାହିରେ ଏକ ଘରେ ଖେଳୁଥିବା ବେଳେ ଛାତ ଭୁଶୁଡ଼ି ପଡ଼ିବାରୁ ଚାରି ନାବାଳକ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇଜଣଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତରହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି । ଆହତଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।