ତାଳସାକର ଉ.ପ୍ରା.ବିଦ୍ୟାଳୟର ବାର୍ଷିକ ଉତ୍ସବ
ବୁଗୁଡା -ବୁଗୁଡା ବ୍ଲକର ତାଳସାକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ଉଦ୍ଘାଟନ କରିଥିଲେ। ଏହି କ।ର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଏବଂ ସମ୍ମାନୀତ ଅତିଥି ଭାବେ ଏବିଇଓ ପୀତାମ୍ବର ବିଷୋୟୀ, ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ଏସଏମସି ସଭାପତି ପ୍ରଭାତ କୁମାର ଜେନା, ଗ୍ରାମ ସଭାପତି କାଳୁ ଚରଣ ଭୂୟାଁ,ଗ୍ରାମ ସମ୍ପାଦକ ସୀମାଞ୍ଚଳ ଜେନା, ହରିହର ସ୍ବାଇଁ, ନାରାୟଣ ସ୍ୱାଇଁ, ଶିକ୍ଷକ ଗଗନ ବିହାରୀ ବେହେରା,ଓ ଶିକ୍ଷକ ବାୟା ସେଠୀ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସିଆରସିସି ମାନସ ରଞ୍ଜନ ସେଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ବୃନ୍ଦଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରା ଯିବା ସହ ପାଚିକା ମାନଙ୍କୁ ମଧ୍ୟ ବସ୍ତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷକ ଶଶିକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାସ୍କୃତିକ କ।ର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।


