ବାତ୍ୟା‘ଫନି’ର କରାଳ ରୂପ: ଶତାଧିକ ଲୋକଙ୍କ ଘର ଛପର ଉଡିବା ସହ କାନ୍ଥ ପଡି ଘର ଭାଙ୍ଗିଲା, ରାସ୍ତା ଅବରୋଧକୁ ହଟାଗଲା,

ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବାତ୍ୟା‘ଫନି’ର କରାଳ ରୂପ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ୧୯୯୯ ମହାବାତ୍ୟା ଠାରୁ ଏହାର ରୂପ ଭୟଙ୍କର ଥିଲା ବୋଲି ଲୋକେ କହୁଛନ୍ତି । ଗତ ଗୁରବାର ରାତି ଠାରୁ ବର୍ଷା ଆରମ୍ଭ ହୋଇ ଶୁକ୍ରବାର ଦିନତମାମ ଲାଗି ରହିଥିଲା । ଶୁକ୍ରବାର ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ‘ଫନି’ର କରାଳ ରୂପ ଦେଖିବାକୁ ମିଳିଥିଲା । ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ଲାଗି ରହିଥିଲା । ପବନର ବେଗ ଏତେ ଥିଲା ଯେ ଏହାର ପ୍ରଭାବରେ ସମଗ୍ର ବ୍ଲକର ବିଭିନ୍ନ ସ୍ଥାନରେ ବହୁ ପୁରୁଣା ଏବଂ ବଡ ବଡ ଗଛ ଭାଙ୍ଗି ତଳେ ଶୋଇ ଯାଇଥିଲା । ଏପରିକି ଘର ପାଖରେ ଥିବା ଗଛ ଗୁଡିକ ଘର ଉପରେ ପଡି ଘର ଗୁଡିକ ନଷ୍ଟ କରିଥିଲା । ସେହିପରି ଘରର ଛଣ ଓ ଆଜବେଷ୍ଟସ ଛପର ସବୁ ଉଡି ଯିବା ଫଳରେ ବର୍ଷା ଯୋଗୁଁ ଘରର କାନ୍ଥ ପଡି ଯାଇଥିଲା । ଏଥିସହ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଂଗି ଯିବା ସହ ତାର ସବୁ ଛିଡି ତଳେ ପଡିଛି । ନିଳୋକ କୁମ୍ଭାରସାହିରେ ଏକ ବଡ ଗଛ ଉପୁଡି ପଡି ନାରାୟଣ କବିଙ୍କ ଘର ନଷ୍ଟ କରିଛି । ସେହିପରି ଖଗେଶ୍ୱର ମହାନ୍ତିଙ୍କ ଘର ଉପରେ ଏକ ଗଛ ପଡି ଆଜବେଷ୍ଟସ ଭାଂଗି ଯାଇଛି । ଉକ୍ତ ଗ୍ରାମର ମହେଶ୍ୱର ବେହେରା, ଉତ୍ତମ ଦାସ, ହାଡିବନ୍ଧୁ ପଲେଇ, ଉମାକାନ୍ତ ପଲେଇ, ସୁଧାଂଶୁ ନାୟକ, ଗୋଲକ ଜେନା, ବେଗନା ଗ୍ରାମର ଦାମୋଦର ସାହାଣୀ, ଭଣ୍ଡାରଗଢିଆର ବିଶ୍ୱନାଥ ଜେନା, ଦିନବନ୍ଧୁ ନାୟକ, ପଳାସଗଢିଆର ଦୟାନିଧି ନାୟକ, ମନହରପୁରର ୩ଟି ପରିବାର, ଟିଲୋ ପଞ୍ଚାୟତର ତିି୍ରକୋଣା ଗ୍ରାମର ଦୈତାରୀ ବିଶ୍ୱାଳ, ଲକ୍ଷ୍ମୀଧର ବିଶ୍ୱାଳ, ବଡସାହିର ପ୍ରଦୀପ ଜେନା, ମାଳିସାହିର ମନୋଜ ସାହୁ, ତାଳପଦାର ଉମାକାନ୍ତ ବାରିକ, ଗୋବିନ୍ଦପୁର ପଞ୍ଚାୟତର ଜଟାଧାରୀ ସାହୁ, ବସନ୍ତ ରଣା, ଅଣ୍ଢିଆ ରତନପୁରର ଆଦିବାସୀ ଓ ହରିଜନ ସାହି, ଗଭିଗଢିଆ ନାୟକ ସାହି, କେନ୍ଦୁଆପଦା ପଞ୍ଚାୟତ ଦଣ୍ଡୋ ଗ୍ରାମର ଦୁର୍ଯ୍ୟଧନ ବିଶ୍ୱାଳ, ସରିପଳର ବେଣୁଧର ନାୟକ, ଗଣ୍ଡଗରାର ସୁରେନ୍ଦ୍ର ନାୟକ, ଆନନ୍ଦ ବଜାରର ଘଣ୍ଟେଶ୍ୱର ଜେନା, ବନ୍ତ ପଞ୍ଚାୟତର ସଖିପାଟଣା, ହାଟସାହିର ସୟଦ ସୁଲେମାନ, କୋଇଲି ପାତ୍ର, ସେଣ୍ଢତୀରା ପଞ୍ଚାୟତ ସେଣ୍ଢତୀରା ଗ୍ରାମର ସରସ୍ୱତୀ ନାୟକ, ପ୍ରଫୁଲ୍ଲ ଗାହାଣ, କୈଳାସ ମୁଦୁଲି, ଫୁଲଗଢିଆର ଲକ୍ଷ୍ମୀଧର ପାତ୍ର, କାର୍ତ୍ତିକ ଶଂଖୁଆ, ଚାରିପୋଖରିଆର ଭାସ୍କର ସୁତାର, ଇନ୍ଦ୍ରମଣି ବେହେରା, ଷଠତୀରାର ସୁବାଷ କାଣ୍ଡି, ନରେନ୍ଦ୍ର ବେହେରା, ଶତୃଘ୍ନ ଜେନା, କୃଷ୍ଣ ଚନ୍ଦ୍ର ଜେନା, ରାମ ଚନ୍ଦ୍ର ଜେନା, ରାଜ କିଶୋର ବେହେରା, ପର୍ଶୁରାମ ଯେନା, ଅଭିରାମ ଯେନା, ଶିଆଳିଆର ରେବତୀ ଭୂୟାଁ, ନାଲପୁରର ବସନ୍ତ ସାହୁ, ଈଶ୍ୱର ପାତ୍ର, ମହାନ୍ତିଆର କେଦାର ସେନାପତି, ଲଚ୍ଛମନ ସେଠୀ, ବାଲିପୁରର କୈଳାସ ଜେନା, ଅନାମ ଜେନା, ବଣପିଞ୍ଜରାର ଚନ୍ଦ୍ରମଣି ଜେନା, ଖଳାଗଢିଆର ପିତାମ୍ବର ଜେନା, ରାମଚନ୍ଦ୍ରପୁର ପଞ୍ଚାୟତ ସାହାଡାଗଢିଆର ଗୌରୀ ଜେନା, ସାନବର୍ଚ୍ଚିକୟାଁର କ୍ଷୀରୋଦ ଦାସ, ଗୋଲକ ବିହାରୀ ଦାସ, ସୁରେନ୍ଦ୍ର ଦାସ, ବରପଦୀର ସନାତନ ଜେନା, ଦାମୋଦର ନାୟକ, ପଧାନପଡା ପଞ୍ଚାୟତ ନିମପଲ୍ଲୀର ବାଉଲା ଯେନା, ମାଳତୀ ନାୟକ ପ୍ରମୁଖଙ୍କ ଘରର ଛପର ଉଡିଯିବା ସହ କାନ୍ଥ ପଡି ନଷ୍ଟ ହୋଇଛି । ସେହିପରି ତରାଗୋ ଅଙ୍ଗନୱାଡି କେନ୍ଦ୍ର ଉପରେ ଏକ ବିରାଟ ଗଛ ଉପୁଡି ପଡିଛି । କେନ୍ଦୁଆପଦା-ବାରିକପୁର ରାସ୍ତା ଉପରେ ବହୁ ଗଛ ପଡିଥିବା ବେଳେ ତାହାକୁ କଟା ଯାଇଛି । ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ତିଳୋତ୍ତମା ବାରିକ, ପଧାନପଡା ପଞ୍ଚାୟତର ସରପଞ୍ଚ ସେକ୍ ମୁସ୍ତାକ ଅଲ୍ଲୀ ଖାଁ, ସେଣ୍ଢତୀରା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ, ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ବିଜୟ ବିଶ୍ୱାଳ ପ୍ରମୁଖ ନିଜ ନିଜ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି । ବନ୍ତ ଥାନା ଆଇଆଇସି ଗଣେଶ୍ୱର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ରାସ୍ତାରେ ପ୍ରାୟ ୩୫ଟି ଗଛ ରାସ୍ତା ଉପରୁ କଟା ଯାଇଥିବା ବେଳେ ଆଗରପଡା ଅଗ୍ନିଶମ ବିଭାଗ ଅଧିକାରୀ ସଞ୍ଜୀବ ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ପଡି ଥିବା ଗଛ ଗୁଡିକ କାଟି ସଫା କରିଛନ୍ତି । ବନ୍ତ ତହସିଲଦାର ମନୋରମା ଜାଲି, ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀ, ବିଡିଓ ରେବେକା ବିଲୁଙ୍ଗଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ ରାଜସ୍ୱ ନୀରିକ୍ଷକ, ଜେ.ଇ ଓ ଜି.ପି.ଟି.ଏ ମାନେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରୁଛନ୍ତି । ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀଙ୍କ କହିବା ଅନୁଯାୟୀ ଶନିବାର ଅପରାହ୍ନ ୪ଟା ସୁଦ୍ଧା ପ୍ରାୟ ୬ ଶହ ଜଣ ଲୋକ କ୍ଷୟକ୍ଷତି ସଂପର୍କରେ ଅଭିଯୋଗ କରିଛନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ ଘଟଣା ସ୍ଥଳ ପରିଦର୍ଶନ କରାଯାଇ ପ୍ରକୃତ କ୍ଷୟକ୍ଷତି ଚୁଡାନ୍ତ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ