ମହାଶିବରାତ୍ରି ପାଳନ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଛତ୍ରପୁର ଏନଏସି ଅନ୍ତର୍ଗତ ୮ ନଂ ୱାର୍ଡ଼ର ନୀଳକଣ୍ଠେଶ୍ୱର ସାହିସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ମହା ଶିବରାତ୍ରୀ ମହାଆଡ଼ମ୍ବର ସହ ପାଳନ ସକାଶେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଷ୍ଟପ୍ରହର ନାମଯଜ୍ଞ, ଅନ୍ନଯଜ୍ଞ ଅନୁଷ୍ଠିତ ହେବ । ମହନ୍ତ ଶ୍ରୀ ରାଧାବିନୋଦ ଗୋସ୍ୱାମୀଙ୍କ ତତ୍ୱାବଧାନରେ ଆସନ୍ତା ୨୦ ତାରିଖ ଦିନ ଅଧିବାସ, ୨୧ରେ ନାମ ସଂକୀର୍ତନ ଆରମ୍ଭ, ୨୨ରେ ହରିହାଟ, ଯମୁନା ସ୍ନାନ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ଏହାକୁ ମନ୍ଦିର ପରିଚାଳନା କମିଟି ସୁଚାରୁ ରୁପେ ପାଳନ କରିବା ନିମନ୍ତେ ଗତ ୧୩ ତାରିଖ ଦିନ ଶୁଭଖୁଂଟି ସ୍ଥାପନ କରିବା ସହ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ