ବସ୍ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ

ମାଙ୍ଗାଲୁରୁ :- କର୍ଣ୍ଣାଟକର ଉଡ଼ୁପି ଜିଲ୍ଲା ଅନ୍ତର୍ଗତ କରକଲାର ମୁଲନୁର ଘାଟି ନିକଟରେ ଏକ ବେସରକାରୀ ବସ୍ ଶନିବାର ରାତିରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୦ ଲୋକଙ୍କର ମୃତ୍ୟୁ ଘଟିବା ସହ ଅଧିକାଂଶ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ପୁଲିସର ସୂଚନା ଅନୁଯାୟୀ ୩୫ ଜଣ ଯାତ୍ରୀଙ୍କୁ ନେଇ ବସ୍ ଟି ମାଙ୍ଗାଲୁରରୁ ମହୀଶୂର ଯାଉଥିଲା । ବସ୍ ମୁଲନୁରର ଚିକ୍କାମାଗାଲୁର ଘାଟି ନିକଟରେ ପହଞ୍ଚିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବଡ଼ ପଥରଖଣ୍ଡ ଦେହରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ